ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟ ଚନ୍ଦନଭାଟିରେ ସ୍ଵତନ୍ତ୍ର ଜାତୀୟ ସେବା ଶିବିରର ଉଦଯାପନୀ ଉତ୍ସବରେ ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସାତଦିନ ଧରି ଅନୁଷ୍ଠିତ ଶିବିରକୁ ତା ୧୮/୯/୨୦୨୫ ରିଖ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ମିଶ୍ର ଉଦ୍ଘାଟନ କରିଥିଲେ । ପ୍ରୋଗ୍ରାମ ଅଫିସର୍ ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ଯୁଧିଷ୍ଠିର ପଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଶିବିରରେ ବୃକ୍ଷରୋପଣ, କଲେଜ୍ କେମ୍ପସ ସଫେଇ, ପୋଷ୍ୟ ଗ୍ରାମ ବାଦୀଘୋରରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ଡକ୍ଟର ଅଜିତ୍ କୁମାର ଭୋଇ ଯୋଗଦେଇ ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ କୁମାର ଖୁଆସ ଯୋଗଦେଇ ଏକ୍ ପେଡ୍ ମା’ କେ ନାମ୍ ପର୍ ୦.୨ର ମହତ୍ତ୍ଵ ଓ ସେବା ମନୋଭାବ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ କିଶୋର ନ୍ୟାୟ ଆଇନ୍ର ବିଭିନ୍ନ ଆଇନ୍ ଯଥା ବାଲ୍ୟ ବିବାହ ନିଷେଧ ଆଇନ୍, ପୋସ୍କୋ ଆଇନ୍, ଶିଶୁ ଶ୍ରମିକ ଆଇନ୍ ଉପରେ ଜଣାଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥାପିତ ଥିବା ଅରୁଣାର ଜିଲ୍ଲା ପରମର୍ଷଦାତା ପ୍ରମୋଦ ବଗର୍ତ୍ତି ଏକ୍ ପେଡ୍ ମା’ କେ ନାମ୍ ପର୍ ୦.୨ର ଗୁରୁତ୍ଵ ଉପରେ ବର୍ଣ୍ଣନା କରିବା ସହ ଗଛ ଲଗାଇବା, ଗଛର ଯତ୍ନ ନେବା ସହ, ମାତୃଭୂମି ଓ ମା’ଙ୍କୁ ସମ୍ମାନ ଦେବା ପାଇଁ ଉତ୍ସାହିତ କରିବା ସହ ମାତୃପିତୃ ହୀନ ଶିଶୁଙ୍କ ପାଇଁ ରାଜ୍ୟ ସରକାର ଯଶୋଦା ଯୋଜନା, ଆଶୀର୍ବାଦ ଯୋଜନା, ଗ୍ରୀନ ପାସେଜ ସାର୍ଟିଫିକେଟ ଉପରେ ଜଣାଇ, ଏହି ଯୋଜନାର ଲାଭ ନେବା ପାଇ ଉତ୍ସାହିତ କରିଥିଲେ । ଏହି ଶିବିରରେ ମହାବିଦ୍ୟାଳୟର ଶିକ୍ଷକ, ଅଣ ଶିକ୍ଷକ, ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଜସ୍ମିନ୍ କୁମାରୀ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Next Post