- ମା ନାମରେ ଗଛଟିଏ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପରିସରରେ ଗତ ତା.୨୪.୦୮.୨୦୨୫ ରିଖ ଦିନ ଜାତୀୟ ସେବା ସଂସ୍ଥା ପକ୍ଷରୁ ମା’ନାମରେ ଗଛଟିଏ ୨.୦ କାର୍ଯ୍ୟକ୍ରମର ଉଦ୍ଘାଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ସଂସ୍ଥାର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ବିଶ୍ୱ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ସଂସ୍ଥାର ପ୍ରୋଗ୍ରାମ ଅଧିକାରୀ, ସହାୟକ ପ୍ରଫେସର ଦିପ୍ତିମୟୀ ନାଏକ ପରିଚାଳନା କରିଥିଲେ । ଏହି ଅବସରରେ କୁଳପତି ଦାୟିତ୍ୱରେ ଥିବା ଅଧ୍ୟକ୍ଷ ପ୍ରଫେସର ଡ. ରାଜ କିଶୋର ପାତ୍ର କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ୱ ବିଦ୍ୟାଳୟର କୁଳସଚିବ ହରପ୍ରସାଦ ଭୋଇ, ଛାତ୍ର ମଙ୍ଗଳ ଉନ୍ନୟନ ଅଧିକାରୀ ତଥା ଉପକୂଳ ସଚିବ ବିଶ୍ୱଜିତ ବେହେରା, ବରିଷ୍ଠ କାର୍ଯ୍ୟଳୟ ସହଯୋଗୀ ନରେଶ କୁମାର ବେହେରା ଏବଂ ହିନ୍ଦୀ ବିଭାଗର ଲେକ୍ଚର ଦେବଦାଶ ଖଟାଇ ମଧ୍ୟ ଉପସ୍ଥିତ ଥିଲେ ଏବଂ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସତ୍ୟ ସାଇ ସେବା ସଂଗଠନର ସହଯୋଗ ମଧ୍ୟ ରହିଥିଲା ।