ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ଗତ ୩୧ତାରିଖ ଠାରୁ ଚାଲିଥିବା ତୃତୀୟ ପର୍ଯ୍ୟାୟ ୫ଦିନିଆ ନିଷ୍ଠା, ସମତା ଓ ଅନ୍ତଃର୍ନିବେଶୀ ଶିକ୍ଷା ତାଲିମ ଶିବିର ବୁଧବାର ଉଦଯାପିତ ହୋଇଯାଇଛି । ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ତାଲିମ ଶିବିରରେ ବିବିଧତାପୂର୍ଣ୍ଣ ଅନ୍ତଃର୍ନିବେଶୀ ଶ୍ରେଣୀ କକ୍ଷ, ଆରପିଡବ୍ଲୁଡି ଆକ୍ଟ ୨୦୧୬, ସାର୍ବଜନୀନ ଶିକ୍ଷଣ ତଥା ପାଠ୍ୟକ୍ରମର ଅନୁକୁଳନ, ରୂପାନ୍ତରଣ ଓ ବିଭିନ୍ନ ଅକ୍ଷମତା ହେତୁ ପ୍ରଭାବିତ ହେଉଥିବା ଶିକ୍ଷ୍ୟାର୍ଥିମାନଙ୍କ ଶିକ୍ଷଣ ସମସ୍ୟା ସମ୍ବନ୍ଧରେ ତାଲିମ ପ୍ରଦାନ କରାଯାଇଥିଲା । ଏଥିରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୫୬ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଏହି ତାଲିମ ପ୍ରଦାନ କରାଯାଇଥିଲା । ତାଲିମ ଶିବିରକୁ ସାଧନ କର୍ମୀ ଅଶୋକ ସାହୁ, ଛବିଲାଲ ସାହୁ, କେଶରୀ ଚନ୍ଦ୍ର ସାହୁ, ସ୍ମିତାରଞ୍ଜନ ନନ୍ଦ, ବିଆରପି ଜୟଗୋପାଳ ଷଡ଼ଙ୍ଗୀ, ନବୀନ କୁମାର ସାହୁ ଓ ଯୁଧିଷ୍ଠିର ପଧାନ ପ୍ରମୁଖ ସୁଚାରୁ ରୂପେ ସଂପାଦନ କରିଥିଲେ । ତାଲିମ ଶିବିରକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଭୋଇ ଓ କାନ୍ତାରାମ ଧରୁଆ ପ୍ରମୁଖ ପରିଦର୍ଶନରେ ଆସି ପ୍ରଶିକ୍ଷାର୍ଥିମାନଙ୍କୁ ଉତ୍ସାହିତ କରିଥିଲେ । ତାଲିମ ଶିବିରର ଉଦଯାପନୀ ଉତ୍ସବରେ ଅଂଶଗ୍ରହଣ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଇଓ ଶ୍ରୀ ପଢ଼ିହାରୀଙ୍କ ଉପସ୍ଥିତିରେ ତାଲିମ ସମ୍ପର୍କିତ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ବିଆରପି ଜୟଗୋପାଳ ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ ।
