ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକର ଝରଣୀପାଲି ଓ ନୁନିଆପାଲି ପଂଚାୟତର ପାଣ୍ଡେସରା କମ୍ୟୁନିଟି ହଲ ଠାରେ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ଏବଂ AESPIRE ତରଫରୁ ସ୍ଥାନୀୟ କିଶୋରୀ ସଂଘର ଲିଡରଙ୍କୁ ନେଇ ଜୀବନ କୌଶଳ ଦକ୍ଷତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କିଶୋରୀମାନେ କିଭଳି ଜୀବନ କୌଶଳ ଦକ୍ଷତା ଅବଲମ୍ବନ କରି ନିଜ ଜୀବନକୁ ସରସ ସୁନ୍ଦର କରିପାରିବେ ସେ ଉପରେ ସଚେତନ କରାଯାଇଥିଲା । ଏଥିସହିତ ସବୁଜ ପନିପରିବା ତଥା ପୃଷ୍ଟିକର ଖାଦ୍ୟ ଏବଂ ଶରୀର ଗଠନ କାରି ଖାଦ୍ୟକୁ ଗୁରୁତ୍ୱ ଦେବା ସହ ପରିଷ୍କାର, ପରିଚ୍ଛନ୍ନତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ପାଞ୍ଚଟି ମାଡୁଲ, ଯଥା କିଶୋରୀ ସଂଘ ଗଠନ, ଚିନ୍ତନ ଦକ୍ଷତା, ବୁଝାମଣା ଦକ୍ଷତା, ପୃଷ୍ଟିକର ଖାଦ୍ୟ ଓ ପରିଷ୍କାର ପରିଚ୍ଛନତା ଉପରେ ବିଭିନ୍ନ ଗୀତ, ଗପ, ନାଚ କାର୍ଯ୍ୟକ୍ରମ ମାଧ୍ୟମରେ କିଶୋରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଏଥିରେ ପ୍ରାୟ ୬୫ ଜଣ କିଶୋରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପ୍ରହଲ୍ଲାଦ ପଧାନ, ଅଭିଜିତ ମିଶ୍ର, ସୁଶାନ୍ତ ସା, ନମିତା ପଧାନ, ବର୍ଷା ଯୁଆଡି ପ୍ରମୁଖ ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
