ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡାକ୍ତର ସ୍ଵାଧୀନ ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭୁବନେଶ୍ୱର ସ୍ଥିତ ଯୁବ ଏବଂ ସାମାଜିକ ବିକାଶ କେନ୍ଦ୍ର ସୌଜନ୍ୟରେ ଆୟୋଜିତ ହୋଇଥିଲା । ଉକ୍ତ ଶିବିରରେ ନିଶ୍ଲୁକ ରକ୍ତ ପରୀକ୍ଷା, ଏଲ୍. ଭି. ପ୍ରସାଦ ଚକ୍ଷୁ କେନ୍ଦ୍ର ଦ୍ଵାରା ଚକ୍ଷୁ ପରୀକ୍ଷା, ଇ.ସି.ଜି., ସ୍ତନ-କର୍କଟ ନିରୂପଣ, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ-ଆରୋଗ୍ୟ ଓ ଗୋପବନ୍ଧୁ ଜନ-ଆରୋଗ୍ୟ କାର୍ଡର ଇ-କେ.ୟାଇ.ସି. ସହ ଔଷଧ ବଣ୍ଟନ, ଆୟୁଷ ଚିକିତ୍ସା ଏବଂ ଯକ୍ଷ୍ମା ରୋଗ, କୁଷ୍ଠ ରୋଗ, ଏଚ.ଆଇ.ଭି. ସଂକ୍ରମଣ ଓ ଅଣସଂକ୍ରମଣ ରୋଗର ସଚେତନ କରାଯାଇଥିଲା । ରୋଗୀମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଜଳ ଯୋଗ ଏବଂ ଭୋଜନର ବ୍ୟବସ୍ଥା ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଡାକ୍ତର ସ୍ଵାଧୀନ ରଥ, ଡାକ୍ତର ଅଜିତ ନାୟକ, ଡାକ୍ତର ସନ୍ଦୀପ ଦାସ, ଡାକ୍ତର ପୂର୍ଣ୍ଣଚନ୍ଦ୍ର ରାଓ ପ୍ରମୁଖ ଡାକ୍ତର ଗଣ ଯୋଗଦେଇ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ ପୃଷ୍ଟି, ଯୁବ ଏବଂ ସାମାଜିକ ବିକାଶ କେନ୍ଦ୍ର ମୁଖ୍ୟ ପ୍ରଫୁଲ୍ଲ କୁମାର ସାହୁ, ଏଲ୍.ଆଣ୍ଡ ଟି.ର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଅଜିତ ଜନ୍ ବେକେର, ସହକାରୀ ପରିଚାଳକ ରାଜ ଶେଖର ପାଣ୍ଡି ପ୍ରମୁଖ ଯୋଗଦେଇଥିଲେ । ସରପଞ୍ଚ ବଉଳଗାଁ, ମହାନାଦପୁର, ପୋଟ୍ଟଲାମପୁର, ବିପୁଳିଙ୍ଗୀ ଅଞ୍ଚଳର ପି.ଆର୍. ମେମ୍ବର ତଥା ସରପଞ୍ଚ ପ୍ରତିମା ଦାସ, ରବୀନ୍ଦ୍ର ରାଉଳ, ନିରଞ୍ଜନ ପ୍ରଧାନ, ରୀନା ସେଠୀଙ୍କ ସମେତ ବଉଳଗାଁ ସମିତି ସଭ୍ୟ ରାମଚନ୍ଦ୍ର ପରିଡା, ରୁକୁଣିଗାଁ ବି.ସି.ସି. ବ୍ୟାଙ୍କ୍ ନିର୍ଦ୍ଦେଶକ ଦୁର୍ଯ୍ୟେେଧନ ପରିଡା, ତ୍ରିଲୋଚନ ପରିଡା ଏବଂ ଡାକ୍ତର ସ୍ଵାଧୀନ ରଥ ପ୍ରମୁଖ ମଞ୍ଚାସୀନ ଥିଲେ । ଗଞ୍ଜାମ ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା. ସୁଶାନ୍ତ କୁମାର ନାୟକ ଉକ୍ତ ସୁନ୍ଦର କାର୍ଯ୍ୟକ୍ରମ ପାଇଁ ଡାକ୍ତର ସ୍ଵାଧୀନ ରଥଙ୍କୁ ସାଧୁବାଦ୍ ଦେବା ସହ ତାଙ୍କରି ଭୂୟସୀ ପ୍ରଶଂସା କରିଥିଲେ । ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା. ନାୟକ ଆଗକୁ ଏପରି ଅନେକ ଶିବିର କରିବାକୁ ସ୍ଵାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟକ୍ରମରେ ଅନେକ ସ୍ୱାସ୍ଥ୍ୟକର୍ମୀ ସହ ସ୍ଵେଚ୍ଛସେବକ, ଗ୍ରାମ ପଞ୍ଚାୟତ କର୍ମୀ ସହଯୋଗ କରିଥିଲେ । ଶେଷରେ ୪ଶହରୁ ଉର୍ଦ୍ଧ ରୋଗୀ ପଞ୍ଜିକରଣ କରିଥିବା ହେତୁ ବରୁଣ କୁମାର ପାଣିଗ୍ରାହୀ ଓ ସିମାଞ୍ଚଳ ପ୍ରଧାନ ସମସ୍ତ ଶିବିର ସହଯୋଗୀଙ୍କୁ ଧନ୍ୟବାଦ ସହ ସାଧୁବାଦ ଜଣାଇଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଯୁବ ଏବଂ ସାମାଜିକ ବିକାଶ କେନ୍ଦ୍ରର ପରିଚାଳକ ଅମିତ କୁମାର ମହାପାତ୍ର ଏବଂ ସମନୟକ ଗୋଲେଖ ପରିଛା ପରିଚାଳନା କରିଥିଲେ ।