ନ୍ୟାସନାଲ ଡ଼କ୍ଟରସ ଡେ ପାଳନ ଅବସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପିଆରଏମ ମେଡିକାଲ କଲେଜ ପ୍ରାଙ୍ଗଣରେ ଜାତୀୟ ଡକ୍ଟର ଦିବସ ପାଳନ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ପିଆରଏମ କଲେଜ ପରିସରରେ ଆଇ ଏମଏ ମୟୂରଭଞ୍ଜ ଏବଂ ପିଆରଏମ ଛାତ୍ରସଂଘର ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ପିଆରଏମ ମେଡିକାଲ କଲେଜର ଅଧ୍ୟକ୍ଷା ପ୍ରଫେସର୍ ଡକ୍ଟର ପ୍ରତିଭା ପଣ୍ଡା ଏବଂ ଆଇ. ଏମ.ଏ. ମୟୂରଭଞ୍ଜର ସଭାପତି ଡକ୍ଟର ଶ୍ୟାମସୁନ୍ଦର ଖଣ୍ଡେଲୱାଲ୍ ଉଦଘାଟନ କରିଥିଲେ । ବାରିପଦା ରକ୍ତକେନ୍ଦ୍ର ଅଧିକାରୀ ଡକ୍ଟର ସୌମ୍ୟରଞ୍ଜନ ନାୟକ ଏଵଂ କିମ୍ସ ମେଡିକାଲ କଲେଜର ଡକ୍ଟର ଆଶୀର୍ବାଦ ଶର୍ମା ସର୍ବପ୍ରଥମେ ରକ୍ତଦାନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶିଶୁ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଶ୍ୱେତପଦ୍ମା ବିଶ୍ୱାଳ ମଧ୍ୟ ରକ୍ତଦାନ କରିଥିଲେ । ଅନ୍ୟାନ୍ୟ ବ୍ୟକ୍ତିତ୍ଵମାନଙ୍କ ମଧ୍ୟରେ ଡକ୍ଟର କୈଳାଶ ଚନ୍ଦ୍ର ମହାନ୍ତି, ଡକ୍ଟର ବିଶ୍ଵନାଥ ଦାସ, ଡକ୍ଟର ଥିଟା ମହାନ୍ତି, ଡକ୍ଟର ବୁଦ୍ଧିଆ ମାଝୀ, ଡକ୍ଟର ରଞ୍ଜୁଲତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । PRM ଷ୍ଟୁଡେଣ୍ଟ୍ ୟୁନିଅନର ସାଧାରଣ ସମ୍ପାଦକ ସତ୍ୟସୁନ୍ଦର୍ ସେଠୀ ତଥା ସମସ୍ତ ଡ଼ାକ୍ତରୀ ଛାତ୍ରଛାତ୍ରୀମାନଙ୍କ ମିଳିତ ଉଦ୍ୟମରେ ଏହି ରକ୍ତଦାନ ଶିବିରରୁ ୧୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଡକ୍ଟର ନାୟକଙ୍କ ସହିତ ରକ୍ତକେନ୍ଦ୍ରର କର୍ମଚାରୀମାନେ ଏହି ରକ୍ତଦାନ ଶିବିରକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ପ୍ରତିଦିନ ନିରବଚ୍ଛିନ୍ନ ଭାବେ ରୋଗୀମାନଙ୍କୁ ସେବା ଯୋଗାଇବା ସହିତ ସେମାନଙ୍କ ଜୀବନ ରକ୍ଷା ସକାଶେ ନିଜେ ରକ୍ତଦାନ କରି ଡାକ୍ତର ମାନେ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

jittmm
Leave A Reply

Your email address will not be published.