ppurohit

ବରଗଡ ନୃସିଂହନାଥ ମନ୍ଦିରରେ ରାଜ୍ୟସ୍ତରୀୟ ଯୁବ କଂଗ୍ରେସର ପ୍ରଶିକ୍ଷଣ ଶିବିର

2nd

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପବିତ୍ର ପୀଠ ନୃସିଂହନାଥ ଠାରେ ରାଜ୍ୟସ୍ତରୀୟ ଯୁବ କଂଗ୍ରେସର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ଯୁବ କଂଗ୍ରେସର ପ୍ରାୟ ଦୁଇ ଶହ ପଦାଧିକାରୀ ସହିତ ଏହି ଶିବିର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଡ଼. ସ୍ମୁତିରଞ୍ଜନ ଲେଙ୍କା ରାଜ୍ୟ ଯୁବ କଂଗ୍ରେସ ସଭାପତି ପ୍ରଶିକ୍ଷଣ ବିଷୟରେ କଂଗ୍ରେସ କର୍ମୀଙ୍କୁ ସୂଚନା ଦେଇଥିଲେ । ନିଖିଳ ଭାରତ ଯୁବ କଂଗ୍ରେସ କମିଟି ଦ୍ୱାରା ନିଯୁକ୍ତ ପ୍ରଶିକ୍ଷକ ସନ୍ତୋଷ କୋଲକୁଣ୍ଡା, ରାଷ୍ଟ୍ରୀୟ ଯୁବ କଂଗ୍ରେସ ପ୍ରଶିକ୍ଷକ ତଥା ରାଜ୍ୟ ପ୍ରଭାରୀ ଶେଷନାରାୟଣ ଓଝା , ସହ ପ୍ରଭାରୀ ଅଭିନବ ସିଦ୍ଧାର୍ଥ ଭଗତ, ଜିଲ୍ଲା ସହ ପ୍ରଭାରୀ ବିଶ୍ୱରଂଜନ ମହାନ୍ତି କଂଗ୍ରେସ ଦଳର ଐତିହ, ସଂସ୍କୃତି, ଅବଦାନ ଏବଂ ଦେଶର ରାଜନୈତିକ ପରିସ୍ଥିତି ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଏହି ଶିବିରରେ ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ରାଜ୍ୟ ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଅଭିଳାଷ ପତି, ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ନିରଞ୍ଜନ ନାୟକ, ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୁଶାନ୍ତ ସାହୁ, ନୂଆପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ, ବରଗଡ଼ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ନିପନ ଦାଶ, ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ବିନୋଦ କାଳିଆ, ବିନୋଦ ବିଶ୍ୱାଳ, ଝାରବନ୍ଧ ବ୍ଲକ କଂଗ୍ରେସ ସଭାପତି ମୂଜାଫର ହୁସେନ, ପ୍ରାଣବନ୍ଧୁ ଦାଶ, ନିତ୍ୟା ପ୍ରଧାନ, ବୈବସୂତ ପ୍ରଧାନ, ଅଶ୍ଵିନୀ ପଟେଲ, ସନ୍ତୋଷ ପାଣିଗ୍ରାହୀ, ମହେନ୍ଦ୍ର ଖୁଣ୍ଟିଆ ଉପସ୍ଥିତ ରହି ପ୍ରଶିକ୍ଷଣ ଶିବିରକୁ ସୂଚାରୁ ରୂପେ ପରିଚାଳନା ଏବଂ ସହଯୋଗ କରିଥିଲେ ।

Leave A Reply

Your email address will not be published.