
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପର୍ଥଲ୍ଲା ଗ୍ରାମ ପଂଚାୟତର ଫଲସାପଦର ଗ୍ରାମରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱା.ସି.ଡି.ଏ. (ବଲାଙ୍ଗିର) ଓ ଦେଶାଇ ଫାଉଣ୍ଡେସନ ତଥା ମହାନଦୀ ନେତ୍ର ଚିକିତ୍ସାଳୟ, ସୋନପୁର ମିଳିତ ଆନୁକୁଲ୍ୟରେ ଚକ୍ଷୁ ପରୀକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ୱା.ସି.ଡି.ଏ. (ବଲାଙ୍ଗିର), ଜିଲ୍ଲା ସଂଯୋଜିକା ଆନନ୍ଦିନୀ ରଥ ସ୍ୱାଗତ ଅଭିଭାଷଣ ସହିତ ଆଖି ଆମ୍ଭର ଅମୁଲ୍ୟ ସଂପଦ ଏବଂ ଆମ୍ଭେମାନେ ଆଖି କିପରି ଉପଯୁକ୍ତ ଯତ୍ନ ନେବା ଉପରେ ପ୍ରାଞ୍ଜଳ ଭାବରେ ଆଲୋଚନା କରିଥିଲେ । ଡା. ଧନୁଜରାମ ନାଏକ ଆଖିର କିପରି ଯତ୍ନ ନେବା ସୁଷମ ଖାଦ୍ୟପେୟ ଓ ମହାନଦୀ ନେତ୍ର ଚିକିତ୍ସାଳୟ ର ସୁବିଧା ସୁଯୋଗ ଉପରେ ସମ୍ୟକ ଭାବରେ ଉପସ୍ଥାପନା କରିଥିଲେ । ଏହି ଶିବିରରେ ପ୍ରାୟ ୧୧୨ ଜଣ ମହିଳା ଓ ପୁରୁଷ ନିଜର ଚକ୍ଷୁ ପରୀକ୍ଷା କରିଥିଲେ । ଫଲସାପଦର ସମେତ ପର୍ଥଲ୍ଲା, ଦୁହେଲ, କୁନ୍ଦେଇଗଡ, ତାଲପାଲିର ଗ୍ରାମବାସୀ ଏଥିରେ ସାମିଲ ହୋଇଥିଲେ । ରୋଗୀଙ୍କ ଚକ୍ଷୁ ପରୀକ୍ଷା ଓ ଔଷଧ ବଣ୍ଟନ କରାଯାଇଥିଲା । ଏଥିରେ ୧୮ ଜଣ ବ୍ୟକ୍ତିଙ୍କ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ପାଣ୍ଡେପାଲି ସ୍ଥିତ ନେତ୍ର ଚିକିତ୍ସାଳୟକୁ ପଠାଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶାଇ ଫାଉଣ୍ଡେସନର ଡି.ଏଫ ମମତା ନାଗ, ଅନିତା ନାଗ, ଉପାସିନୀ ସାହୁ ତଥା ଗ୍ରାମର ଅଙ୍ଗନବାଡି ଦିଦି ସୁଜାତା ମେହେର ଓ ଆଶା ଦିଦି ପୁଷ୍ପାଞ୍ଜଳି ବୁଡେକ ସକ୍ରିୟ ଭାବରେ ସହଯୋଗ କରିଥିଲେ ।