oom

ଦକ୍ଷତା ଓ ବୈଷୟିକ ଶିକ୍ଷା ପାଇଁ ପରାମର୍ଶ ଶିବିର ଅନୁଷ୍ଟିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲର୍କିପାଲି ସ୍ଥିତ ସରକାରୀ ଆଇଟିଆଇ କଳେଜର ସ୍ମାର୍ଟ ରୁମଠାରେ ପଲ୍ଲୀ ଆଲୋକ ପାଠାଗାରର ଆୟୋଜନ କ୍ରମେ ଅଜିମ୍ ପ୍ରେମ୍ ଜି ସହାୟତାରେ ଏକ ଦକ୍ଷତା ଓ ବୈଷୟିକ ଶିକ୍ଷା ପାଇଁ ପରାମର୍ଶ ଶିବିର ୩୦ଜଣ କିଶୋରୀ ବାଳିକାମାନଙ୍କୁ ନେଇ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରସାନ୍ତ ନାୟକ ଉପସ୍ଥିତ ରହି କିଶୋରୀ ବାଳିକାମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା ଓ ପୃଷ୍ଟିକର ଖାଦ୍ୟ ପାଇଁ ସୁରକ୍ଷିତ କରିବା ପାଇଁ ଜଣାଇଥିଲେ । ଏହି ଅବସରରେ ସରକାରୀ ଆଇଟିଆଇ କଳେଜର ଅଧକ୍ଷ ସାମ ଓରାମ ବୈଷୟିକ ଶିକ୍ଷାର ସଫଳ ରୂପାୟନ ପାଇଁ ବିଭିନ୍ନ ଉଦାହରଣ ଦେଇ କିଶୋରୀ ବାଳିକାମାନଙ୍କୁ ଚାକିରି କ୍ଷେତ୍ରରେ ନିଶ୍ଚିତ ହେବା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଆଇଟିଆଇ କଳେଜର ତାରିଣୀ ମହାନ୍ତି ସୁଦକ୍ଷ । ଯୋଜନା ଓ ସରକାରୀ ଆଇଟିଆଇ କଳେଜରେ ଥିବା ବିଭିନ୍ନ ପାଠ୍ୟକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଜଣାଇଥିଲେ ଏବଂ ୭ ଜଣ ଅନଲାଇନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି, ଅଣ ଆନୁଷ୍ଠାନିକ ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର, ସାମାଜିକ କର୍ମୀ ଅରୁଣ ଖୁଆସ ବେଟି ବଚାଓ ବେଟି ପଢାଓ, ବାଲ୍ୟ ବିବାହ ନିରୋଧ ଆଇନ୍, ଯଶୋଦା ଯୋଜନା, ପୃଷ୍ଠପୋଷକତା ସହାୟତା ରାଶି ଉପରେ ଜଣାଇଥିଲେ । ପରିଶେଷରେ ପଲ୍ଲୀ ଆଲୋକ ପାଠାଗାରର ସଯୋଜକ ଅଭିଜିତ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ ।

jittmm
Leave A Reply

Your email address will not be published.