
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜେନିଥ ଲାୟନ୍ସ ଗୁରୁକୁଳର କନିଷ୍ଠ ବିଭାଗ ଲିଓ କ୍ୟାମ୍ପସରେ ତିନିଦିନିଆ ଶିକ୍ଷକ ପ୍ରଶିକ୍ଷଣ ଶିବିର ଜୁନ ତା ୧୨ରୁ ୧୪ ରିଖ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ଛତିଶଗଡ଼ ବସନା ପ୍ରତିଭା ବିଦ୍ୟାଳୟର ଅଧ୍ୟକ୍ଷା ମେହରୁନ୍ ନିଶା ଇଂରାଜୀ କଥୋପକଥନର ସାଧାରଣ ନିୟମ ଓ ବ୍ୟବହାର ଉପରେ ତାଲିମ ଦେଇଥିଲେ । ଦ୍ଵିତୀୟ ଦିନରେ ଏଡୁକେଆର ଏକାଡେମୀର ନିର୍ଦ୍ଦେଶକ, ସିବିଏସଇ ଅନୁମୋଦିତ ପ୍ରଶିକ୍ଷକ ସୁଶାନ୍ତ କୁମାର ମହାନ୍ତି ଅନୁଭବାତ୍ମକ ଶିକ୍ଷା ଓ କଳା ଏକୀକୃତ ଶିକ୍ଷା ଉପରେ ତାଲିମ ଦେଇଥିଲେ । ତୃତୀୟ ଦିନରେ ଦୟାନନ୍ଦ ଗ୍ରୁପ ସମ୍ବଲପୁରର ସଭାପତି, ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ଈଶ୍ୱର ପାଣିଗ୍ରାହୀ ପୁର୍ନବଳନ ଓ ପ୍ରଶ୍ନ କୌଶଳ ଉପରେ ତାଲିମ ଦେଇଥିବା ବେଳେ ସେହି ଗ୍ରୁପର ନିର୍ଦ୍ଦେଶିକା ସଂଯୁକ୍ତା ତ୍ରିପାଠୀ ଗତିବିଧି ଆଧାରିତ ଶିକ୍ଷଣ ତଥା ଆଧାରଭୂତ ଶିକ୍ଷଣ ଏବଂ ଖେଳ ଆଧାରିତ ଶିକ୍ଷା ଉପରେ ତାଲିମ ଦେଇଥିଲେ । ସମ୍ବଲପୁରର ବିଶିଷ୍ଟ କଳାକାର, କଳା ଓ କଳାକାର ସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ, ତଡିତ୍ ମନ୍ତ୍ରଶ୍ୱାସ ଯୋଗାଳୟର ସକ୍ରିୟ ସଦସ୍ୟ ,ବିକାଶ କନସେପ୍ଟ ବିଦ୍ୟାଳୟର ବରିଷ୍ଠ କଳା ଶିକ୍ଷକ ପବିତ୍ର ବରିହା କଳା ସଂଯୋଜିତ ଶିକ୍ଷା ଉପରେ ତାଲିମ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଡ଼ ମନୋଜ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଶିକ୍ଷକ ସନ୍ତୋଷ ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଭାଗ ନେଇଥିଲେ । ଉଦଯାପନୀ ଉତ୍ସବରେ ଦିପ୍ତିମୟୀ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ ।