ସୁନ୍ଦରପୁରଠାରେ ବ୍ଲକସ୍ତରୀୟ ମେଗା ସ୍ୱାସ୍ଥ୍ୟସେବା ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ସୁନ୍ଦରେଶ୍ୱର ମନ୍ଦିର ପଡିଆଠାରେ ଭୁବନେଶ୍ୱର ସ୍ଥିତ ସ୍ପର୍ଷ ହସ୍‌ପିଟାଲ ଓ ସୁନ୍ଦରପୁରଗ୍ରାମ ପଞ୍ଚାୟତର ମିଳିତ ଆନୁକୂଲ୍ୟରେ ଏକ ବ୍ଲକସ୍ତରୀୟ ମେଗା ମାଗଣା ସ୍ୱାସ୍ଥ୍ୟସେବା ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବ୍ଲକ ଯୁବ ବିଜେଡି ସଭାପତି ସୁବାସ ନାହାକ (କାଳିଆ ନାହାକ)ଙ୍କ ସଂଯୋଜନା ଓ ପରିଚାଳନାରେ ଅନୁଷ୍ଠିତ ସ୍ୱାସ୍ଥ୍ୟସେବା ଶିବିରକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ, ଉପାଧ୍ୟକ୍ଷା ସୁଶ୍ରୀ ଏସ୍‌. ରାଜେଶ୍ୱରୀ ଦୋରା, ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ, ଭୁବନେଶ୍ୱର ସ୍ପର୍ଷ ହସ୍‌ପିଟାଲର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଡାକ୍ତର ପ୍ରିୟବ୍ରତ ଢୀ. ଏବଂ ୧୯ ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟା ରଶ୍ମିତା ନାହାକ, ୨୦ ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ତଥା ପ୍ରାକ୍ତନ ଛତ୍ରପୁର ବ୍ଳକ୍ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡୀ, ସୁନ୍ଦରପୁର ସରପଞ୍ଚ ଗଗନ କୁମାର ବେହେରା, ସମିତି ସଭ୍ୟା ଶ୍ରୀମତୀ ସୁଜ୍ଞାନୀ ସେଠୀ, ନାଏବ ସରପଞ୍ଚ ବସନ୍ତ ବିଷୋୟୀ ଓ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖାର ସଞ୍ଚାଳିକା ବ୍ରହ୍ମକୁମାରୀ ବିଜୟଲକ୍ଷ୍ମୀ ଭଉଣୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥି ଏବଂ ନେତୃବର୍ଗ ଉକ୍ତ ଆନୁଷ୍ଠାନିକ ଉଦ୍‌ଘାଟନୀରେ ଯୋଗଦେଇ ଦୂର ଦୂରାନ୍ତରୁ ଆସିଥିବା ବହୁ ରୋଗୀଙ୍କୁ ଉତ୍ସାହିତ କରିଥିଲେ । ରୋଗୀମାନଙ୍କର ଉଚିତ ପରୀକ୍ଷା କରିବା ନିମନ୍ତେ ପରାମର୍ଶ ଦେଇଥିବା ସାଂଗକୁ ଅନେକ ଦିଗଦର୍ଶନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ପରିଷଦ ସଦସ୍ୟ ସନାତନ ବେହେରା, ଗଞ୍ଜାମ ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଜଟିଆ ନାହାକ, ସୁନ୍ଦରପୁର ପାଣି ପଞ୍ଚାୟତର ସଭାପତି ପ୍ରଶାନ୍ତ କୁମାର ତ୍ରିପାଠୀ, ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଛାତ୍ର ବିଜେଡି ରାଜ୍ୟ ସମ୍ପାଦକ ବିମଳ କୁମାର ପଣ୍ଡା, ଯୁବନେତା କିଶୋର ବେହେରା, ସୁରେଶ ଦାଶ, ସପନ ନାହାକ, ବି.ଚନ୍ଦ୍ରମଣି ପାତ୍ର, ଚମାଖଣ୍ଡି ସରପଞ୍ଚ ସିଏଚ.ମନୋଜ କୁମାର ରେଡ୍ଡୀ, କାଳୀପଲ୍ଲୀ ସମିତି ସଭ୍ୟ ବିକାଶ କୁମାର ବେହେରା, ମହାନାଦପୁର ସରପଞ୍ଚ ରବିନ୍ଦ୍ର ରାଉଳ, ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ଏସ.ସଞ୍ଜୀବ ରେଡ୍ଡୀ, ସମିତି ସଭ୍ୟ ଏସ.ଚକ୍ରପାଣି ରେଡ୍ଡୀ, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ବିପୁଳିଙ୍ଗି ସରପଞ୍ଚ ହୀନ ସେଠୀ, ଲକ୍ଷ୍ମଣ ସେଠୀ, ଅଭିରାମ ପ୍ରଧାନଙ୍କ ସମେତ ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅଞ୍ଚଳର ବହୁ ଜନପ୍ରତିନିଧୀ ଓ ଛାମୁଆ ନେତାମାନେ ଉପସ୍ଥିତ ଥିଲେ । କ୍ୟାନ୍ସର, ମେଡିସିନ, ସ୍ନାୟୁ ବିଭାଗ, ଅର୍ଥପେଡିକ୍, କର୍ଣ୍ଣ, ନାଶା, ଗଳା, (ଇ.ଏନ୍.ଟି) ବିଶେଷଜ୍ଞ, ଶ୍ୱାସ ରୋଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଓ ଶିଶୁ ବିଭାଗର ୧୫ ଜଣ ଡାକ୍ତର ପ୍ରମୁଖ ବିଭିନ୍ନ ବିଭାଗର ବିଭିନ୍ନ ବର୍ଗର ବହୁ ଡାକ୍ତରୀ ବିଶେଷଜ୍ଞ ଉପସ୍ଥିତ ରହି ଉକ୍ତ ମେଗା ସ୍ୱାସ୍ଥ୍ୟସେବା ଶିବିରରେ ସକ୍ରିୟ ଭାବେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଉକ୍ତ ଶିବିରରେ ଛତ୍ରପୁର ବ୍ଲକ ଅଞ୍ଚଳର ପ୍ରାୟତଃ ୫ଶହରୁ ଅଧିକ ରୋଗୀ ଯୋଗ ଦେଇଥିଲେ ଏବଂ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇନେବା ସାଂଗକୁ ଉକ୍ତ ଶିବିରରୁ ମାଗଣାରେ ଔଷଧ ନେଇ ଯାଇଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ସ୍ପର୍ଷ ହସ୍‌ପିଟାଲର ଜେନେରାଲ ମେନେଜର ଏସ୍‌.ଏନ୍‌. ମିଶ୍ର, ଅଶିତ୍ ପ୍ରହରାଜ, ଅକ୍ଷୟ କୁମାର ମିଶ୍ର, ଚିନ୍ତାମଣି ତ୍ରିପାଠୀ, ଶାନ୍ତିରାମ ମିଶ୍ର, ପଞ୍ଚାୟତର ଜନପ୍ରତିନିଧୀ ଓ ସ୍ଥାନୀୟ ନେତୃମଣ୍ଡଳୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.