centurian jitm

ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ହାଇଟେକ୍ ମେଡିକାଲ କଲେଜ ଓ ହସ୍‌ପିଟାଲ ତଥା ରାଉରକେଲା ରେଲୱେ କଲୋନୀ ସ୍ପୋର୍ଟସ କ୍ଲବର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ରେଲୱେ କଲୋନୀ ଠାରେ ଅନୁଷ୍ଠିତ ହୋଇଯାଇଛି । ହାଇଟେକ୍ ମେଡିକାଲ ତରଫରୁ ଅଙ୍କିତ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରରେ ଡାକ୍ତର ଆଦ୍ୟାଷା ସେନାପତି, ଡାକ୍ତର କାଳିପ୍ରସାଦ ପଣ୍ଡା ଓ ସହଯୋଗୀ ଭାବେ ଲୋପାମୁଦ୍ରା ନାୟକ, ପ୍ରଦୀପ୍ତା ଆଚାର୍ଯ୍ୟ, ମିଲନ ବସନ୍ତରାୟ, ସଂଗୀତା ଦୀପ୍, ନରେନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଉପସ୍ଥିତ ଶତାଧିକ ଜନସାଧାରଣଙ୍କୁ ନିଃଶୁଳ୍କ ସେବା ପ୍ରଦାନ କରିଥିଲେ । ଏହାସହ ଆବଶ୍ୟକ ସ୍ଥଳେ ମାଗଣା ଔଷଧ, ଚଷମା ଆଦି ଯୋଗାଇ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହସ୍ପିଟାଲ ଓ ସ୍ପୋର୍ଟସ କ୍ଲବର କର୍ମକର୍ତ୍ତାଙ୍କ ପ୍ରୟାସକୁ ସାଧୁବାଦ ଦେଇଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ସମାଜସେବୀ ସତିଶ ଶର୍ମା, ପିଙ୍କୁ ଜୟସ୍ୱାଲ ଯୋଗଦେଇଥିଲେ । ସେହିପରି ସ୍ପୋର୍ଟସ କ୍ଲବ୍ ତରଫରୁ ଆଶିଷ ସାହା, ସଞ୍ଜୟ ବାବୁଟା, ଆନନ୍ଦ ବେହେରା, ବିପ୍ଳବ ତନ୍ତୀ, ଡି ଏନ୍ ମିସ୍ତ୍ରୀ, ବବଲୁ, ଭୀଷଣ, ଜିତେନ୍ଦ୍ର, ଗୋଲୁ, ନଦୀରୁ ତଥା ନାରୀ ଶକ୍ତିରୁ ସମ୍ପା ସା, ରିଙ୍କୁ, ପ୍ରିୟା ବାବୁଟା, ଶୁକ୍ଳା ପଲ, ଜୟା, ମାୟା, ମମତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ସମସ୍ତଙ୍କ ମଧ୍ୟରେ ପଣା ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.