
ପଦ୍ମପୁର, (ନିରୋଜ କୁମାର ପାଣୀ) : ତା ୨୮.୦୩. ୨୦୨୫ ରିଖ ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ପିଏମ ଶ୍ରୀ ଯୋଜନା ଆନୁକୁଲ୍ୟରେ ଛାତ୍ରୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇସାରିଛି । ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ସ୍ୱାସ୍ଥ୍ୟ ଶିବିର ପାଇଁ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ଅବସରରେ ଉପଖଣ୍ଡ ଡାକ୍ତରଖାନାରେ କାର୍ଯ୍ୟରତ ଡକ୍ଟର ଇପି ପାଣିଗ୍ରାହୀ ଓ ଡକ୍ଟର ଖ୍ୟାତି ସମ୍ଭବା ମହାପାତ୍ର ଯୋଗ ଦେଇ ପିଲାଙ୍କୁ ସୁସ୍ଥ ଜୀବନର ମହତ୍ତ୍ଵ ବିଷୟରେ ବୁଝାଇଥିଲେ । ଷଷ୍ଠରୁ ନବମ ଶ୍ରେଣୀର ସମସ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଗତ ପରୀକ୍ଷା କରି ଉପଯୁକ୍ତ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମାନସ ରଞ୍ଜନ ଶତପଥୀ ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ରାଣୀ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । ବିଦ୍ୟାଳୟର ପୂଜାରାଣୀ ନାୟକ, ରବୀନା ପଧାନ, ସଂଯୁକ୍ତା ଭୋଇ, ମନିଷା ଭୋଇ, ବୃନ୍ଦାବତୀ ସାହୁ , ଖୁସବୁ ବରିହା ,ଜ୍ୟୋତି ରେଖା ମହାନନ୍ଦ, ଅମନ କୁମାର ପଣ୍ଡା, ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର , ନିଳୀମା ରାଣୀ ମହାନ୍ତି, ସୁଷମା ଦାଶ, ଦୁଷ୍ମନ୍ତ ଛତର, କମଳା କୁମ୍ଭାର, ପ୍ରଭାସିନୀ ସାହୁ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।