ପଦ୍ମପୁର ସ୍ଥିତ ଜେନିଥ ଲାୟନ୍ସ ଗୁରୁକୁଳରେ ରେଡ୍‌କ୍ରସ୍‌ ସ୍ୱେଚ୍ଛାସେବୀ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଜେନିଥ ଲାୟନ୍ସ ଗୁରୁକୁଳରେ ଆଜି ଏକ ଜୁନିଅର ରେଡ୍‌କ୍ରସ୍‌ ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ. ମନୋଜ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରତାପ କୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଜୁନିଅର ରେଡ୍‌କ୍ରସ୍‌ ସ୍ୱେଚ୍ଛାସେବୀ ମାନଙ୍କୁ ସମାଜସେବା ପାଇଁ ଉତ୍ସାହିତ କରିଥିଲେ । ସମାଜସେବୀ ଚୁଳସୁନ୍ଦର ମେହେର ରେଡ୍‌କ୍ରସ୍‌ ସ୍ୱେଚ୍ଛାସେବୀ ମାନଙ୍କୁ ରେଡ୍‌କ୍ରସ୍‌ ବିଷୟରେ ତାଲିମ ପ୍ରଦାନ କରିଥିଲେ । ଏଥିରେ ଉପାଧ୍ୟକ୍ଷ ଡ. ଡିଲେଶ୍ଵର ସାହୁ ସମାଜରେ ରେଡ୍‌କ୍ରସ୍‌ର ସ୍ୱେଚ୍ଛାସେବୀ ମାନଙ୍କ ଆବଶ୍ୟକତା ବିଷୟରେ ବର୍ଣ୍ଣନା କରିଥିଲେ ।

Leave A Reply

Your email address will not be published.