oom

ଗ୍ରୀଷ୍ମକାଳୀନ ଖୋ ଖୋ ପ୍ରଶିକ୍ଷଣ ଶିବିର

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ମୁନିନ୍ଦାଠାରେ ରାଜ୍ୟ ସରକାରଙ୍କ ନେତୃତ୍ୱରେ ପରିଚାଳିତ ଗ୍ରୀଷ୍ମକାଳୀନ ଖୋ ଖୋ ପ୍ରଶିକ୍ଷଣ ଶିବିର ଚଳିତ ମାସ ୧୨ ତାରିଖରୁ ୨୬ ତାରିଖ ଓ ଆସନ୍ତା ମାସ ୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଶିବିରରେ ୬୦ ଜଣ ନବାଗତ କ୍ରୀଡାବିତମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଅନ୍ତର୍ଜାତୀୟ କ୍ରୀଡ଼ାବିତ ଭାରତ କୁମାର ପ୍ରଧାନ ଓ ଅନନ୍ୟା ପ୍ରଧାନ ଶିବିରର୍ଥୀମାନଙ୍କୁ କ୍ରୀଡା ସାମଗ୍ରୀ ସହ ପ୍ରଶିକ୍ଷଣ ଦେଉଛନ୍ତି । ପିଲାମାନଙ୍କୁ ଉଚ୍ଛାହିତ କରିବା ପାଉଁ ଆଜି ଓଡିଶା ଖୋ ଖୋ ସଙ୍ଘ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ପୁରୀ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଓଡିଶା ଖୋ ଖୋ ସାଙ୍ଗ କୋଷାଧକ୍ଷ ଚୌଧୁରୀ ପାର୍ଥସାରଥୀ ମହାପାତ୍ର, ବରିଷ୍ଠ କୋଚ ସଂଜୀବ ଶର୍ମା, ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂ, ପୁରାତନ ଛାତ୍ର ସଂସଦ ସଭାପତି ତ୍ରିନାଥ ପରିଡା, ବିଦ୍ୟାଳୟ କ୍ରୀଡା ସଂସଦ ସଭାପତି ମକରଧ୍ଵଜ ପ୍ରଧାନ ଓ ବିଦ୍ୟାଳୟର ଆଦର୍ଶ ପୁରାତନ ଛାତ୍ର ତଥା ସମାଜସେବୀ ଶେଷଦେବ ବାରିକଙ୍କ ଉପସ୍ଥିତିରେ କ୍ରୀଡା ପୋଷାକ ଓ ସାମଗ୍ରୀ ବିତରଣ କରିବା ସହ ସେମାନଙ୍କ ଭବିଷ୍ୟତ କ୍ରୀଡା ଯାତ୍ରାର ଉତ୍ତର କାମନା କରିଥିଲେ । ପରେ ବିଦ୍ୟାଳୟର ସଭା ଗୃହରେ ସଭାପତି ମକରଧ୍ଵଜ ପ୍ରଧାନଙ୍କ ସଭାପତିତ୍ୱରେ ଆସନ୍ତା ରଜକ୍ରୀଡା ଉତ୍ସବ ପାଇଁ ପ୍ରସ୍ତୁତ ।

jittmm
Leave A Reply

Your email address will not be published.