oom

ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ବାରପୁଡୁଗିଆ ଗ୍ରାମ ପଞ୍ଚାୟତଠାରେ ସଚେତନତା ଶିବିର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମ ପଞ୍ଚାୟତଠାରେ ଏକ ଦାଦନ ଶ୍ରମିକଙ୍କ ସମସ୍ୟା ଉପରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ଶିବିର ମାନ୍ୟବର ବିଚାରପତି ବିନୟ କୁମାର ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ ତଥା ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ମାନ୍ୟବର ବିଚାରପତି ବିମଲ କୁମାର ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଚେତନତା ଶିବିରକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମଦତ୍ତ ଭୋଇ, ଏବିନାଜାର ଦୀପ, ପିୟୁଷ ରଂଜନ ନନ୍ଦ ଜଷ୍ଟିସ ମିଶନର ସଦସ୍ୟ, ସରପଂଚ ଜନ୍ମଜୟ ମେହେର, ପାରାଲିଗାଲ ସ୍ୱେଚ୍ଛାସେବୀ ଜୟକୃଷ୍ଣ ମିଶ୍ର, ସାମସନ ମିସାଲ, ବିଦ୍ୟୁତଲତା ଖମାରୀ ମଂଚାସୀନ ଥିଲେ । ଶ୍ରୀ ଚାନ୍ଦ ସମ୍ବିଧାନର ଅଧିକାର ବିଷୟରେ ସମସ୍ତଙ୍କୁ ଅବଗତ କରାଇ ଯେପରି କେହି ଜନଉପଯୋଗୀ ସେବାରୁ ବଂଚିତ ନ ହେବେ ସେଥି ପାଇଁ ଥିବା ବିଧିବ୍ୟବସ୍ଥା ଉପରେ ପ୍ରାଞ୍ଜଳ ଭାବରେ ସଚେତନ କରାଇଥିଲେ । ଯେତେବେଳେ ଜଣେ ମୌଳିକ ଅଧିକାରରୁ ବଂଚିତ ହେଉଛି ବାରମ୍ବାର ସରକାର କିମ୍ବା ପ୍ରଶାସନଙ୍କ ଦ୍ୱାରସ୍ତ ହେବା ପରେ ସେ ଆସି ସ୍ଥାୟୀ ଲୋକ ଅଦାଲତରେ ଅଭିଯୋଗ କରି ନ୍ୟାୟ ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀ ପାତ୍ର ଗରିବ ଲୋକଙ୍କୁ ମାଗଣା ଆଇନ ସେବା ଦେବା ପାଇଁ ସମସ୍ତଙ୍କ ଦ୍ୱାରମୁହଁରୁ ସେବା ପହଞ୍ଚାଇବା ପାଇଁ ଆମ ପାରାଲିଗାଲ ସ୍ୱେଚ୍ଛାସେବୀମାନେ କାର୍ଯ୍ୟ କରୁଛନ୍ତି କିପରି ଅଭିଯୋଗ କରିବେ ତାହା ବୁଝାଇଥିଲେ ଏବଂ ଦାଦନ ଯାଉଥିବା ଶ୍ରମିକମାନେ ଅତ୍ୟାଚାରିତ ନ ହେବେ, ତାଙ୍କ ପୁଅଝିଅମାନେ ଶିକ୍ଷା ସ୍ୱାସ୍ଥ୍ୟରୁ ବଂଚିତ ନ ହେବେ, ପରିବାର ହଇରାଣ ନ ହେବା ପାଇଁ ଏକ ନେସନାଲ ଲିଗାଲ ଏଡ୍‌ ହେଲ୍ପ ଲାଇନ ନଂ.୧୫୧୦୦ ବ୍ୟବହାର କରିବେ ଏବଂ ସମସ୍ତେ ଶ୍ରମିକ କାର୍ଯ୍ୟାଳୟରେ ପଂଜିକରଣ କରିବା ପାଇଁ ଅବଗତ କରାଇଥିଲେ । ପଂଚାୟତର ସମସ୍ତ କର୍ମଚାରୀ, ସଭ୍ୟ ସଭ୍ୟା, ମିଶନ ଶକ୍ତି ମାଁ’ମାନେ ଏବଂ ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନର ସଦସ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.