oom

ବଙ୍ଗୋମୁଣ୍ଡାରେ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାର ବ୍ଲକ୍ ପ୍ରାଙ୍ଗଣଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ତରଫରୁ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମାଧୁରୀ ହୋତା ଅଧ୍ୟକ୍ଷତା କରିଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ କୁମାର ଖୁଅ।ସ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠ୍ ମଞ୍ଚ।ସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ସିଆର୍‌ଏସ୍‌ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଶିଶୁ ସୁରକ୍ଷା ସମ୍ପର୍କିତ ପୋଷ୍ୟ ସନ୍ତାନ ଗ୍ରହଣ, କିଶୋର ନ୍ୟାୟ ଆଇନ, ଶିଶୁ ଗୃହ ଉପରେ ଆଲୋକପାତ କରି ପୃଷ୍ଠପୋଷକତା ସହାୟତା ରାଶି ଉପରେ ସଚେତନ କରିଥିଲେ । ମିଶନ୍ ବାତ୍ସଲ୍ୟ ମାର୍ଗଦର୍ଶିକାରେ ଥିବା ଜିପିଡିପିର ବାର୍ଷିକ ଯୋଜନାରେ ୫% ଅନୁଦାନ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁମାନଙ୍କ ଯତ୍ନ ନିମନ୍ତେ ଖର୍ଚ୍ଚ କରିପାରିବେ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ବ୍ଲକର ଅଙ୍ଗନୱାଡ଼ି କର୍ମୀ, ସୁପର ଭାଇଜର, ବ୍ଲକ କର୍ମଚାରୀ, ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ଥିଲେ । ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଅରୁଣ ଖୁଆସ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭାସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.