oom

କପିଲାଭଟା ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତ କାର୍ଯ୍ୟାଳୟଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ କପିଲାଭଟା ପଞ୍ଚାୟତର ସରପଞ୍ଚ ତୁଳସେ ଭୋଇଙ୍କ ସଭାପତିତ୍ୱରେ ଅତିଥି ଭାବେ ଅଜୟ ଦାସ, ଫିରୋଜ ଖାଁ, ଜିପିଓ ପୁରୁଷୋତ୍ତମ ମାଝୀ, ବ୍ଲକ ଏପିଓ ଲକ୍ଷ୍ମଣ ବାଗ, ସମିତି ସଭ୍ୟ କେଦାର ଭୋଇ, ବଙ୍ଗୋମୁଣ୍ଡା ବ୍ଲକ ସାମାଜିକ ସମୀକ୍ଷକ ସୁଶୀଲ କୁମାର ପୋଡ଼, ଓଡିଶା ଜୀବିକା ମିଶନର ବିଏଲ୍‌ସି ଡ଼. ସତ୍ୟପ୍ରିୟ ବେହେରା, ଜିଆର୍‌ଏସ୍‌ ଭୋଜରାଜ ବିଶ୍ୱାଳ, ନାଏବ ସରପଞ୍ଚ ଝସକେତନ ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ପୀତବାସ ଜାନୀ, ମା’ ସାହାଜି ଯୁବକ ସଂଘ କପିଲାଭଟାର ସଂଯୋଜକ ପୃଥିରାଜ ବାଗ, ସମାଜସେବୀ ଦୁର୍ଦକ୍ଷ ହଂସ, ଜିତେନ୍ଦ୍ର ହଂସ, ଜୟନ୍ତୀଲାଲ ହଂସ, ଅଶୋକ କୁମାର ବିଶି, ସାମ୍ବାଦିକ ରଶ୍ମିରଞ୍ଜନ ପୁଟେଲ, ବୈଷ୍ଣବ ନାଏକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ବିଭିନ୍ନ ଲୋକାଭିମୁଖି ଯୋଜନା ବିଷୟରେ ଆଲୋଚନା କରିଥିଲେ । ବିଭିନ୍ନ ବ୍ୟକ୍ତି ବିଶେଷମାନଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ମା’ ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ ପରିଚାଳନା କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଗୀତ ମାଧ୍ୟମରେ ଲୋକଙ୍କୁ ଜଣାଇଥିଲେ । ଏଥିରେ ଜିଓଟେଗ ଶୁଭାକର ନାଗ ସମସ୍ତ ୱାର୍ଡ ସଭ୍ୟସଭ୍ୟା, ପଞ୍ଚାୟତ କର୍ମଚାରୀ ସହ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.