jayashree

ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଗତ ଗୁରୁବାର ଦିନ କନ୍ଦେଇ ଗ୍ରାମପଞ୍ଚାୟତ ଖେଳପଡିଆ ପ୍ରାଙ୍ଗଣରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୋଡାଲ ଅଫିସର ଭାବେ ଚାଉଳ ଯୋଗାଣ ଅଧିକାରୀ ମଞ୍ଚାସୀନ ଥିଲେ । ସରପଞ୍ଚ ଦେବରାଜ ପୁଟେଲଙ୍କ ସଭାପତିତ୍ୱରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପ୍ରଧାନୀ ସଭା ପରିଚାଳନା ଓ ଜିଆର୍‌ଏସ୍ ଭୈରବ ମେହେର ମଞ୍ଚ ପରିଚାଳନା କରିଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର୍ଷଣ ବେହେରା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିପିଏମ୍ ନୀଳମାଧବ ସାହୁ, ପିଏ ଅଶୋକ କୁମାର ପାଣିଗ୍ରାହୀ, ଏଇ ନବ ମଲ୍ଳିକ, ସମିତି କବିତା ପୁଟେଲ ମଞ୍ଚାସୀନ ଥିଲେ । ଏହି ଅବସରରେ ଛୋଟ ଛୋଟ ଛାତ୍ରଛାତ୍ରୀମାନେ ଗୀତ ନାଚ କରିଥିଲେ । ଏହି ପରିପ୍ରେକ୍ଷୀରେ ପୂର୍ବତନ ସରପଂଚ, ନାଏବ ସରପଞ୍ଚ, ୱାର୍ଡ ମେମ୍ବର, ସିଆର୍‌ପି, ଏମ୍‌ବିକେ, ଏସ୍‌ଏଚ୍‌ଜି, ମିଶନ ଶକ୍ତି ମହିଳା ବୃନ୍ଦ ଓ ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.