oom

ବଳଧା ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବଳଧା ପଞ୍ଚାୟତ କାର୍ଯ୍ୟାଳୟଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ଥାନୀୟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଳଧା ସରପଞ୍ଚ ରାଜକୁମାରୀ ବେଶ୍ରା ସଭାପତିତ୍ୱ କରିଥିବା ବେଳବ ମୁଖ୍ୟ ଅତିଥି ରୂପେ ବଙ୍ଗୋମୁଣ୍ଡା ବ୍ଲକର ଜିପିଓ ପୁରୁଷୋତ୍ତମ ମାଝୀ,ସମ୍ମାନିତ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକର ଏପିଓ ଲକ୍ଷ୍ମଣ କୁମାର ବୁଡେକ, ଓଡିଶା ଜୀବିକା ମିଶନର ବିପିଏମ୍‌ ବିଜୟ ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳକାନ୍ତ ପୁରୋହିତ, ଜିଆର୍‌ଏସ୍‌ ପୃଥୀରାଜ ବାଗ, ପୂର୍ବତନ ସମିତି ସଭ୍ୟା ଟଙ୍କେଶ୍ୱରୀ ବେହେରା, ବିଶ୍ୱରାମ ହିଆଁଲ, ବିକ୍ରମ ପୋଢ଼, ସମାଜସେବୀ ସଦାନନ୍ଦ ତାଣ୍ଡି, ଲମ୍ବୋଦର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ବିଷୟରେ ଆଲୋଚନା କରିଥିଲେ । ବଙ୍ଗୋମୁଣ୍ଡା ବ୍ଲକ କଳାକାର ସଂଘର ଉପସଭାପତି ରେଣୁରଞ୍ଜନ ବାଗ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଗୀତ ମାଧ୍ୟମରେ ଲୋକଙ୍କୁ ଜଣାଇଥିଲେ । ଏଥିରେ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା, ଏମ୍‌ବିକେ, ସିଆର୍‌ପିଙ୍କ ସହ ପଞ୍ଚାୟତର କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.