ମୋହନଗିରି ଗ୍ରାମପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରି ଗ୍ରାମପଞ୍ଚାୟତ ପରିସରରେ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ସରପଞ୍ଚ ସୁରେନ୍ଦ୍ର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଦିଲଜିତ ସିଂ, ସମ୍ମାନିତ ଅତିଥି (ଜିପିଇଓ) କୁଳମଣି ସିଂରାୟ, ଜିଲ୍ଲା ପରିଷଦ ସଦସ୍ୟା ମଞ୍ଜୁଲତା ଧରୁଆ, ସମାଜସେବୀ ଗୋବିନ୍ଦ ପ୍ରସାଦ ଶତପଥୀ, ଶୁକଦେବ ସାହୁ, ନାଏବ ସରପଞ୍ଚ ଲଳିତା ପାତ୍ର, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆନନ୍ଦ ମହାନନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଉପରେ ସଚେତନ କରିଥିଲେ । ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ, ଅଙ୍ଗନୱାଡି, ପ୍ରାଣୀ ସମ୍ପଦ, ସ୍ୱୟଂ ସହାୟକ ଗୋଷ୍ଠୀ ଷ୍ଟଲ ଖୋଲା ଯାଇଥିଲା । ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଟିଭି ମାଧ୍ୟମରେ ପ୍ରଦର୍ଶନ କରାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିଭିନ୍ନ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ । ସଭା କାର୍ଯ୍ୟ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

jittmm
Leave A Reply

Your email address will not be published.