jayashree

ଆଗକୁ ସାଧାରଣ ନିର୍ବାଚନ ନିମନ୍ତେ ତାଲିମ ଶିବିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସାଧାରଣ ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରସ୍ତୁତି ନିମନ୍ତେ ଗତକାଲି ୧୨୩- ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ସେକ୍ଟର ଅଫିସର ଏବଂ ସେକ୍ଟର ପୋଲିସ ଅଫିସର ମଧ୍ୟରେ ତାଲିମ ଶିବିର ଉପ-ଜଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜନ କରାଯାଇଥିଲା । ଏହି ତାଲିମ ଶିବିରରେ ଉପ-ଜିଲ୍ଲାପାଳ ଭଞ୍ଜନଗର ଅନିଲ କୁମାର ସେଠୀ, ଅତିରିକ୍ତ ଉପ-ଜିଲ୍ଲାପାଳ ବିଶ୍ୱରଞ୍ଜନ କର, ବିଶ୍ଵାମିତ୍ର ହରପାଲ, ଉପଖଣ୍ଡ ସ୍ତରୀୟ ପୋଲିସ ଅଧିକାରୀ ଉମା ଶଙ୍କର ବେହେରା, ତହସିଲଦାର ଭଞ୍ଜନଗର କଳାକୃଷ୍ଣ ପ୍ରଧାନ, ତହସିଲଦାର ବେଲଗୁଣ୍ଠା ଶ୍ରୀମତୀ ଦିପ୍ତିମଣୀ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର, ସହକାରୀ ଜିଲ୍ଲାପାଳ ଉକ୍ତ ତାଲିମ ଶିବିରରେ ୧୨୩-ଭଞ୍ଜନଗରର ସେକ୍ଟର ଅଫିସର ଏବଂ ସେକ୍ଟର ପୋଲିସ ଅଫିସରମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ ୩ ଦିନ ପର୍ଯ୍ୟନ୍ତ ଆୟୋଜନ ହୋଇଛି । ଯଥା ୦୧.୦୨.୨୦୨୪ (୧୨୩-ଭଞ୍ଜନଗର ନିର୍ବାଚନ ମଣ୍ଡଳୀ), ୦୨.୦୨.୨୦୨୪ (୧୨୮-ଆସ୍କା ନିର୍ବାଚନ ମଣ୍ଡଳୀ) ଏବଂ ଣେଷ ଦିନ ତା ୦୩.୦୨.୨୦୨୪ ( ୧୨୯-ସୋରଡା ନିର୍ବାଚନ ମଣ୍ଡଳୀ) ପାଇଁ ଆୟଜୋନ ହୋଇଛି । ଏହି ତାଲିମ ଶିବିରରେ ଅନିଲ କୁମାର ସେଠୀ, ଉପ-ଜିଲ୍ଲାପାଳ, ଭଞ୍ଜନଗର ସମସ୍ତ ସେକ୍ଟର ଅଫିସର ଏବଂ ସେକ୍ଟର ପୋଲିସ ଅଫିସରମାନଙ୍କୁ ସୁଚାରୁ ରୂପରେ କାର୍ଯ୍ୟ କରିବା ପାଇଁ ଆଦେଶ ଦେଇଥିଲେ ।

Leave A Reply

Your email address will not be published.