ସତସଙ୍ଗ ବିହାରରେ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଶାସ୍ତ୍ରୀନଗର ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଶାସ୍ତ୍ରୀ ନଗର ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିରର ଆୟୋଜନ ହୋଇଯାଇଛି । ଯେଉଁଥିରେ ବିଭିନ୍ନ ବର୍ଗର ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଯଥା ଉଚ୍ଚରକ୍ତ ଚାପ, ମଧୁମେହ, ସାଧାରଣ ଜ୍ୱର, କାଶ, ଅଣସଂକ୍ରମଣ ରୋଗମାନଙ୍କ ସବିଶେଷ ଚିକିତ୍ସା ଓ ଅନ୍ୟାନ୍ୟ ଗୁରୁତର ଚିକିତ୍ସାମାନଙ୍କ ପାଇଁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପରାମର୍ଶ ଦିଆଯାଇଥିଲା । ଉକ୍ତ ଶିବିରକୁ ସ୍ଥାନୀୟ ସତସଙ୍ଗ ବିହାରର ଆୟୋଜକ କମିଟି ଆୟୋଜନ କରିଥିବା ବେଳେ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡ଼ା. ରାକେଶ ମୁଣ୍ଡଙ୍କ ସହିତ ଡ଼ା. ସୁଦାମ ମେହେର, ଡ଼ା. ହିମାଂଶୁ ମିଶ୍ର, ଡ଼ା. ଶିବବ୍ରତ ଦାସ ଚିକିତ୍ସା ପରିଚାଳନା କରିଥିଲେ । ଉକ୍ତ ଶିବିରରେ ସ୍ୱାସ୍ଥ୍ୟକେନ୍ଦ୍ରର ସଭ୍ୟ, ସଭ୍ୟା ସୂର୍ଯ୍ୟଶ୍ମି ହୋତା, ମାମି ସିଂଦେଓ, ରୋଜାଲିନା ହୋତା, ରୋନି ବଗର୍ତ୍ତୀ, ନିକୁଞ୍ଜ ବଗର୍ତ୍ତୀ, ମଣିଭଦ୍ର ବେହେରା, ଅଞ୍ଜଳି ନାଗ, ବିପିନ ବିହାରୀ ସେଠ, ଆଶା ପାଣ୍ଡିଆ, ସସ୍ମିତା ସିଂ ପ୍ରମୁଖ ଯୋଗଦାନ କରି ସ୍ୱାସ୍ଥ୍ୟ ଚିକିତ୍ସା ଶିବିରକୁ ଆଗେଇ ନେଇଥିଲେ । ସହରାଞ୍ଚଳର ମାଗଣା ସ୍ୱାସ୍ଥ୍ୟକେନ୍ଦ୍ରର ସୁନ୍ଦର ଆୟୋଜନ ପାଇଁ ଅନୁଷ୍ଠାନର ନିର୍ଦ୍ଦେଶକ ଓ ଚେୟାରମେନ ସତ୍ୟରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.