oom

ଲୋଇସିଂହାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହାର ଅଗ୍ରସେନ ଭବନଠାରେ ଏହି କାର୍ଯ୍ୟକ୍ରରେ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଲୋଇସିଂହା ବିଧାୟକ ଡା. ମୁକେଶ ମହାଲିଙ୍ଗ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବ୍ରଜମୋହନ ବିଶୋଇ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ଅତିରିକ୍ତ ଶ୍ରମ ଅଧିକାରୀ ବିନୋଦ ବିହାରୀ ନାଏକ ସ୍ଵାଗତ ଭାଷଣ ଦେବା ସହ ସଭା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିବାହ ସହାୟତା ପାଇଁ ୬୩ ଜଣଙ୍କୁ ୩୦,୭୫,୦୦୦ ଟଙ୍କା, ମୃତ୍ୟୁ ସହାୟତା ରୂପେ ୪୦ ଜଣଙ୍କୁ ୮୦ ଲକ୍ଷ ଏବଂ ଅନ୍ତିମ ସଂସ୍କାର ସହାୟତା ରୂପେ ୩୯ ଜଣଙ୍କୁ ୧,୯୫,୦୦୦ ଟଙ୍କା ସମୁଦାୟ ୧୪୨ ଜଣଙ୍କୁ ସହାୟତା ଦିଆ ଯାଇଥିଲା । ଏହା ସହ ୩୦୦ ଜଣଙ୍କୁ ଶ୍ରମ କାର୍ଡ ବଣ୍ଟା ଯାଇଥିଲା । ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.