ଝାରବନ୍ଧରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆଦେଶ କ୍ରମେ ଝାରବନ୍ଧ ବ୍ଲକ କାର୍ଯ୍ୟାଳୟ ପରିସରରେ ଝାରବନ୍ଧ ବ୍ଲକ ପ୍ରଶାସନର ତତ୍ୱାବଧାନରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅର୍‌ଥୋପେଡିକ ବିଶେଷେଜ୍ଞ ଡାକ୍ତର ବାଦଲ ଏକ୍କା, ମେଡ଼ିସିନ ବିଶେଷଜ୍ଞ ଡାକ୍ତର ରାଜେଶ ପାତ୍ର, ଚକ୍ଷୁ ବିଶେଷଜ୍ଞ ଡାକ୍ତର ତନୁଜା ପାତ୍ର, ଇ.ଏନ୍‌ଟି. ବିଶେଷଜ୍ଞ ଡାକ୍ତର ପ୍ରଭାତ କୁମାର ରାଉଳଙ୍କ ସହିତ ଏମ୍‌. ଆର୍‌. ଏଜୁକେଟର ନେପାଳ ଦୁଆନ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶାରୀରିକ ଚଳନ ବାଧିତ ୬୪ ଜଣ, ମାନସିକ ଅଗ୍ରସର ୧୦ ଜଣ, ମୁକ ବଧିର ୨୯ ଜଣ, ଦୃଷ୍ଟି ବାଧିତ ୧୪, ଭେଷଜ ପାଇଁ ୪, ବସ ପାସ ପାଇଁ ୫ ଜଣ ଏବଂ କୃତିମ ଉପକରଣ ପାଇଁ ୧୦ ଜଣ ହିତାଧିକାରୀ ସାମିଲ ହୋଇଥିଲେ । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭୀଷ୍ମଦେବ ମାଝୀଙ୍କ ତତ୍ୱାବଧାନରେ ସୁଚାରୁ ରୂପେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବି.ଏସ୍‌.ଏସ୍‌. ଆଶିଷ କୁମାର କାଣ୍ଡୁଲାନା, କାର୍ଯ୍ୟକ୍ରମ ସହାୟକ ନିରୋଜ ବାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ସମସ୍ତ ହିତାଧିକାରୀଙ୍କ ପାଇଁ ଖାଦ୍ୟ ପାନୀୟର ସୁବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ଲୋକ ଲାଭବାନ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରସଂଶା କରାଯାଉଛି ।

Leave A Reply

Your email address will not be published.

error: Content is protected !!