ସମ୍ବାଦ ସାହିତ୍ୟ ଘର ରମ୍ଭା ଓ ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ସମିତି ରମ୍ଭା ତରଫରୁ ଡ଼ିଆଁଡେଇଁଠାରେ ଚକ୍ଷୁ ଚିକିତ୍ସା ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ର ପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ିଆଁଡେଇଁ ବାମଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ଗ୍ରୀନ ପିସ ଭିଲେଜ୍ ଫାଉଣ୍ଡେସନ, ସାଇବାବା କ୍ଲବ୍, ବିପଦର ବନ୍ଧୁ, ସମ୍ବାଦ ସାହିତ୍ୟ ଘର ରମ୍ଭା, ଗାୟତ୍ରୀ ପରିବାର ବିଶ୍ଵ ମଙ୍ଗଳ ଗୋ କଲ୍ୟାଣ ସମିତିର ମିଳିତ ସହଯୋଗରେ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ଏକ ମାଗଣା ପରଳ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ରମ୍ଭା ଗାୟତ୍ରୀ ଶକ୍ତିପୀଠର ଟ୍ରଷ୍ଟି ଉମାକାନ୍ତ ସାହୁଙ୍କ ବେଦମନ୍ତ ଧ୍ୱନୀରେ ଆରମ୍ଭ ହୋଇଥିବା ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବାମଦେବ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମମତା ମିଶ୍ର, ସମ୍ମାନିତ ଅତିଥି ଭାବେ ରମ୍ଭାର ପ୍ରାକ୍ତନ ନଗରପାଳ ତଥା ସମାଜସେବୀ ସୁବାସ ଚନ୍ଦ୍ର ପଣ୍ଡା, ଆତ୍ମାର ସଭାପତି ଚନ୍ଦ୍ର ଶେଖର ନାହାକ, ଗ୍ରୀନ ପିସ୍ ଭିଲେଜ୍ ଫାଉଣ୍ଡେସନର ସଭାପତି ପ୍ରତାପ ନାହାକ, ବିପଦର ବନ୍ଧୁ ସଭାପତି ଶିବରାମ ପାତ୍ର, ସାଇବାବା କ୍ଲବ୍ ସଭାପତି ହେମନ୍ତ ଦାସ, ସମ୍ପାଦକ ସୁକାନ୍ତ କୁମାର ନାହାକ, ସମ୍ବାଦ ସାହିତ୍ୟ ଘର ସମ୍ପାଦକ ଶେଷଦେବ ବେହେରା, ଗାୟତ୍ରୀ ପରିବାର ବିଶ୍ଵ ମଙ୍ଗଲ ଗୋ କଲ୍ୟାଣ ସମିତିର ସହ ସଂଯୋଜକ ରବିନାରାୟଣ ସେନାପତି, ଶଙ୍କର ଚକ୍ଷୁ ଚିକିତ୍ସାଳୟର ଶିବିର ପରିଚାଳକ ଚିତ୍ରସେନ ଗୌଡ଼ ଯୋଗଦେଇ ଗ୍ରାମାଞ୍ଚଳର ଜନସାଧାରଣଙ୍କ ଚକ୍ଷୁର ବିଭିନ୍ନ ରୋଗ ଏବଂ ଏହାର ପ୍ରତିଷେଧକ ଉପରେ ନିଜର ମତ ରଖିଥିବା ବେଳେ ଚକ୍ଷୁର ଆବଶ୍ୟକୀୟ ଓ ଜରୁରୀ ଯତ୍ନ ସମ୍ପର୍କରେ ରୋଗୀମାନଙ୍କୁ ଅବଗତ କରାଇଥିଲେ । ଚକ୍ଷୁ ମଣିଷର ଏକ ମୁଖ୍ୟ ଅଙ୍ଗ । ଏହି ଚକ୍ଷୁ ସାହାଯ୍ୟରେ ଆମ୍ଭେମାନେ ସବୁ ଦେଖିଥାଉ ଏବଂ ଉଚିତ୍ ଅନୁଚିତ୍ ସର୍ବୋପରି ନିତ୍ୟ ନୈମିତ୍ତିକ କାମ କରିପାରୁ । ଚକ୍ଷୁର ଯତ୍ନ ପ୍ରତି ସମସ୍ତେ ସଚେତନ ହେବାକୁ ସଂଗଠନ ଗୁଡ଼ିକ ପକ୍ଷରୁ ସମସ୍ତ ଚକ୍ଷୁରୋଗୀମାନଙ୍କୁ ନିବେଦନ କରାଯାଇଥିଲା । ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ସମିତିର ମୁଖ୍ୟ ସଂଯୋଜକ ପଞ୍ଚାନନ ଖଟୁଆ ଏବଂ ବିପଦର ବନ୍ଧୁ ସମ୍ପାଦକ ପ୍ରଶାନ୍ତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ଏହି ଶିବିରରେ ଦୁଇଶହରୁ ଅଧିକ ଚକ୍ଷୁ ରୋଗୀ ଉପସ୍ଥିତ ରହି ନିଜର ରକ୍ତଚାପ, ଡ଼ାଇବେଟିସ୍, ଚକ୍ଷୁ ପରଳ, ଗ୍ଲୁକୋମା, ମୋତିଆବିନ୍ଦୁ ଆଦି ଚକ୍ଷୁ ପରୀକ୍ଷା କରିବା ସହ ପାୱାର ଚଷମା ସଂଗ୍ରହ କରିଥିଲେ । ଏହି ଶିବିରକୁ ଶିକ୍ଷକ ବସନ୍ତ ନାହାକ, ରମେଶ ଚନ୍ଦ୍ର ରଣା, ଦେବେନ୍ଦ୍ର କୁମାର ନାୟକ, ଆଶିଷ କୁମାର ନାହାକ, ଆଲୋକ ରଂଜନ ନାହାକ, ରିଲୁ ଦଳେଇ, ଦେବେସ ନାହାକ, ଜିତୁ ନାହାକ, ଅମିତ ନାହାକ, ଅଜିତ ନାହାକ, ପ୍ରୟାଗ ନାହାକ, ଆଦିତ୍ୟ ନାହାକ, ଗାନ୍ଧୀ ନାହାକ ଓ ଆଦେଶ ନାହାକ ପରିଚାଳନା କରିଥିଲେ । ଶଙ୍କର ଚକ୍ଷୁ ଚିକିତ୍ସାଳୟର କ୍ୟାମ୍ପ ମ୍ୟାନେଜର ଚିତ୍ରସେନ ଗୌଡ଼, ଟେକ୍ନିସିଆନ ଭାଗ୍ୟଲତା ଗୌଡ଼, ପାଏଲ ଭାରତୀ ଆଦି କର୍ମଚାରୀ ଶିବିରରେ ୨୦୦ରୁ ଅଧିକ ଚକ୍ଷୁ ରୋଗୀଙ୍କୁ ପରୀକ୍ଷା କରିବା ପରେ ୨୩ ଜଣ ଚକ୍ଷୁ ରୋଗୀଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ସମର ଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ପଠାଯାଇଛି ।

Leave A Reply

Your email address will not be published.