jayashree

ଆଇ.ଆର.ଇ.ଏଲ୍ ତରଫରୁ ମାଗଣା ବହିଃଚିକିତ୍ସା ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇ.ଆର.ଇ.ଏଲ୍. (ଇଣ୍ଡିଆ) ଭାରତ ସରକାରଙ୍କ ଏକ ପ୍ରତିଷ୍ଠିତ କମ୍ପାନୀ ସୌଜନ୍ୟରେ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ କମ୍ପାନୀର ପ୍ରଭାବିତ ଅଞ୍ଚଳ ଅଧୀନସ୍ଥ ପ୍ରମୁଖ ଅଞ୍ଚଳରେ ଭ୍ରାମ୍ୟମାଣ ବହିଃଚିକିତ୍ସା ସେବା କମ୍ପାନୀ ଯୋଗାଇ ଆସୁଅଛି । ଏହି ଅବସରରେ ଶନିବାର ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ଚମାଖଣ୍ଡି ନିକଟସ୍ଥ ନାରାୟଣପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟ ପରିସରରେ ସେହିଭଳି ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିରର ଆୟୋଜନ ହୋଇଯାଇଛି । ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ୭ଟି ଗ୍ରାମ ପଞ୍ଚାୟତରେ କମ୍ପାନୀର ପ୍ରଭାବିତ ଅଞ୍ଚଳ ରହିଛି । ଏସବୁ ଗ୍ରାମପଞ୍ଚାୟତ ଅଧୀନସ୍ଥ ପ୍ରମୁଖ ଅଞ୍ଚଳରେ ଭ୍ରାମ୍ୟମାଣ ବହିଃଚିକିତ୍ସା ସେବା ମାଧ୍ୟମରେ ଆଇ.ଆର.ଇ.ଏଲ୍.ସୌଜନ୍ୟରେ ଏହି ସେବା ସମ୍ପନ୍ନ ହୋଇ ଆସୁଅଛି । ଯାହାଦ୍ୱାରା ପ୍ରାୟତଃ ୫୦ହଜାର ଲୋକ ଏହି ବହିଃଚିକିତ୍ସା ସେବା ପାଇବାରେ ସୁଯୋଗ ଲାଭ କରିବା ସାଂଗକୁ ଆରୋଗ୍ୟ ଲାଭ କରି ଆସିଛନ୍ତି । ଏହି ସ୍ୱାସ୍ଥ୍ୟଶିବିରରେ ମ୍ୟାନେଜର ରିସୋର୍ସ ଦୀପକ ମିଶ୍ର, ବରିଷ୍ଠ ଡାକ୍ତର ଅର୍ଦ୍ଧେନ୍ଦୁପାଲ୍ ,ଆଇ.ଆର.ଇ.ଏଲ୍ ମେଡ଼ିକାଲ ର ମୁଖ୍ୟଚିକିତ୍ସାଳୟ ଅଧିକାରଣୀ ଡାକ୍ତର ବି.ଶୁଭା, ପ୍ରମୁଖ କମ୍ପାନୀ ସ୍ୱାସ୍ଥ୍ୟ କର୍ମୀ ପ୍ରମୁଖ ଯୋଗଦେଇ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଶିବିରରେ ସ୍ଥାନୀୟ ସରପଞ୍ଚ, ସ୍ଥାନୀୟ ନେତା ତଥା ସମାଜସେବୀ ପ୍ରମୁଖ ବହୁ ଗଣ୍ୟମାନ୍ୟବ୍ୟକ୍ତି ଯୋଗଦେଇ ଆୟୋଜିତ ଶିବିରରେ ଯୋଗଦେଇ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.