oom

ସ୍ଵଳ୍ପ ସଞ୍ଚୟ ଅଭିକର୍ତ୍ତାଙ୍କ ସଚେତନତା ଶିବିର

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ଵଳ୍ପ ବିଭାଗ ପକ୍ଷରୁ ମଙ୍ଗଳବାର ରାଜସ୍ୱ ନିରୀକ୍ଷଣ ବଙ୍ଗଳାର ସମ୍ମିଳନୀ କକ୍ଷରେ ଯୁଗ୍ମ ନିର୍ଦ୍ଦେଶକ ହରି ଚରଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଵଳ୍ପ ସଞ୍ଚୟ ଅଭିକର୍ତ୍ତାଙ୍କ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ସମ୍ମାନୀତ ଅତିଥି ଡେପୁଟି କଲେକ୍ଟର ଶ୍ରୀମତୀ ଶୁଭଶ୍ରୀ ରଥ ଓ ପୋଷ୍ଟାଲ ସିନିୟର୍ ସୂପରିଟେଣ୍ଡଟ ପୀତବାସ ଜେନା ପ୍ରମୁଖ ଯୋଗଦେଇଥିଲେ । ସ୍ୱଳ୍ପ ସଞ୍ଚୟ ବିଭାଗର ବିଭିନ୍ନ ଯୋଜନା ଯେପରି କିଶାନ ବିକାଶ ପାତ୍ର, ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ, ମହିଳା ସମ୍ମାନ ସେଭିଙ୍ଗ, ସୁକନ୍ୟା ଯୋଜନା ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ । ସେହିପରି ନିଜେ ସଚେତନ ହେବା ସହ ଅନ୍ୟକୁ ସଚେତନ କରିବାକୁ ଆବଶ୍ୟକ, ଟଙ୍କାକୁ ବହୁବିଧ ନିବେଶ କରି ଭବିଷ୍ୟତରେ ଆର୍ଥିକ ସ୍ୱଚ୍ଛଳ କିପରି ହୋଇପାରିବେ, ନିର୍ଭର ଯୋଗ୍ୟ ସଂସ୍ଥାରେ ନିଜର ପୁଞ୍ଜି ଜମା କରିବା, ନିଜର କଷ୍ଟ ଉପର୍ଜିତ ଟଙ୍କା କୌଣସି ଠକ ସଂସ୍ଥାରେ ଜମା ନକରିବା, ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ଅନାବଶ୍ୟକ ଅର୍ଥ ବ୍ୟୟରୁ ନିବୃତ୍ତ ନରହି ନିଜର କ୍ଷମତା ଅନୁଯାୟୀ ସଞ୍ଚୟ କରିବା ଆବଶ୍ୟକ ବୋଲି ଅତିଥି ଗଣ ନିଜ ନିଜ ଅଭିଭାଷଣରେ କହିଥିଲେ । ଗଞ୍ଜାମ ଜିଲ୍ଲାର ସ୍ଵଳ୍ପ ସଞ୍ଚୟ ପ୍ରତିନିଧିମାନଙ୍କୁ ପ୍ରଥମ ଥର ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଶ୍ରୀମତୀ ସୁମନା ପଣ୍ଡା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ରଶ୍ମିରାଣୀ ନିମାକା, ଗଞ୍ଜାମ ଜିଲ୍ଲାର ପ୍ରମୁଖ ସ୍ଵଳ୍ପ ସଞ୍ଚୟ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.