oom

ବଲାଙ୍ଗିର ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଜିଲ୍ଲା ସଂସ୍କୃତ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ମହେନ୍ଦ୍ର ମହାପାତ୍ର ଏହି ଶିବିରର ଉଦ୍‌ଘାଟନ କରିଥିଲେ । ସୂଚନା, ଶିକ୍ଷା, ଯୋଗାଯୋଗ କାର୍ଯ୍ୟକ୍ରମ ଆଧାରରେ ଏହି ଶିବିର ଅନୁଷ୍ଠିତ ହୋଇଛି । ଏହା ଦ୍ୱାରା ଲୋକକଳା, କଳାକାର ତଥା କଳା ମାଧ୍ୟମରେ ସଚେତନ ହେଉଥିବା ଜନତାଙ୍କ ପାଇଁ ସୁନ୍ଦର ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ଯେଉଁ ହିତାଧିକାରୀ ଯୋଜନା ବିଷୟରେ ଜାଣିନାହାନ୍ତି ସେମାନେ ଅବଗତ ହେବେ ଓ ଅସହାୟ ମନେ କରିବେନି । ଉଦ୍‌ଘାଟନ ଉତ୍ସବର ଗୁରୁ ଘାସିରାମ ମିଶ୍ର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଜିଲ୍ଲା କଳାସଂକୃତି ସଂଘ ଉପସଭାପତି ସୁଦାମ ବିଶି ଉପସ୍ଥିତ ରହି କାର୍ଯ୍ୟକ୍ରମ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ । ଏଥିରେ ସରକାରଙ୍କ ଜନହିତକର ଯୋଜନା ଯେମିତି ମଧୁବାବୁ ପେନସନ ତଥା ମମତା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି, ଓଡିଶା ଆଦର୍ଶ ବିଦ୍ୟାଳୟ ଫସଲ ବୀମା ଯୋଜନା, ଫସଲ ଋଣ ସୁଦ୍ଧା ରିହାତି, ଆମ ହସ୍ପିଟାଲ, କ୍ରୀଡା, ଆମ ଓଡିଶା ନବୀନ ଓଡିଶା, ୫ଟି ହାଇସ୍କୁଲ ରୂପାନ୍ତରିକରଣ ଇତ୍ୟାଦି ଯୋଜନା ସମ୍ବନ୍ଧରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ବଲାଙ୍ଗିର, ଡିପିସି ମିଶନ ଶକ୍ତି, ମମତା ଯୋଜନା, ଅଧିକାରୀମାନେ ବିଭିନ୍ନ ଯୋଜନା ସମ୍ପର୍କରେ ସଭ୍ୟମାନଙ୍କୁ ବୁଝାଇଥିଲେ । ଡକ୍ଟର ଅଜୟ କୁମାର ମିଶ୍ର, ରାଜ୍ୟ ସଂସାଧନ ସଭ୍ୟ ଆସି ଜିଲ୍ଲା ସଂସାଧନ ସଭ୍ୟମାନଙ୍କୁ କାର୍ଯ୍ୟକ୍ରମ ବିଷୟରେ ବୁଝାଇଥିଲେ । ସନ୍ଦୀପ କୁମାର କୁଅଁର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ସଭା ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.