oom

ଗୋ ବନ୍ଧ୍ୟା ନିରାକରଣ ଓ କୃମିନାଶକ ଚିକିତ୍ସା ଶିବିର ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ପଲସଦା ପଞ୍ଚାୟତ ପଲସଦା ଗ୍ରାମରେ ବରିକେଲ ଦୁଗ୍ଧ ସମବାୟ ସମିତି ଲିଙ୍କ ଆନୁକୂଲ୍ୟରେ ଗୋ ବନ୍ଧ୍ୟା ନିରାକରଣ ଓ କୃମିନାଶକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଝାରବନ୍ଧ ବିଭିଓ ଡକ୍ଟର ସମୀର କୁମାର ଖମାରୀ, ପାଇକମାଲ ଭିଏସ ଡକ୍ଟର ପ୍ରବୋଧ ନଳିନି ମହନ୍ତ, ଓମ୍‌ଫେଟରୁ, ବିଏମ୍‌ସି ପଦ୍ମପୁର ଆର୍‌ଆଇସି ପଦ୍ମଲୋଚନ ପ୍ରଧାନ, ସମୁଲ୍, ହରି, ସୁରେ, ଆସିଷ୍ଟାଣ୍ଟ ଭେଟନାରି ଟେକ୍ନିସିଅନ ବିଜୟ ସାଗର, ବାରିକେଲ ଏମ୍‌ପିସିଏସ ସେକ୍ରେଟ୍ରି ଡମ୍ବରୁଧର ସାହୁ, ପାଇକମାଲ ଡକ୍ଟର ଷ୍ଟାଫ୍ ମୋଇନୁଦିନ ଅଲ୍ଲୀ, ସୁଶୀଲ ବରିହା, ପ୍ରଦୀପ କୁଆଁର, ପଲସଦା ଏଲ୍‌ଆଇ ଛେଦବତି ଲୁହାର ଯୋଗ ଦେଇଥିଲେ । ଦିବ୍ୟସିଂହ ବରିହା, ସୁବାସ ଚନ୍ଦ୍ର ପଟେଲ, କୁମୋଦିନି ପଟେଲ, ସ୍ବରୂପ ସାହୁ ଆଦି ଦୁଗ୍ଧ ଚାଷୀମାନେ ସହଯୋଗ କରିଥିଲେ । ଦୁଗ୍ଧ ଚାଷୀମାନଙ୍କୁ ଗୋ ବନ୍ଧ୍ୟା ନିରାକରଣ କୃମିନାଶକ ବିଷୟରେ ବୁଝାଇ ତାର ଚିକିତ୍ସା କରିଥିଲେ । ୧୦୦ରୁ ଅଧିକ ଗାଈ ଓ ବାଛୁରୀମାନଙ୍କର ଚିକିତ୍ସା କରାଯାଇଥିଲା । ଔଷଧ ବିନା ପଇସାରେ ସମସ୍ତଙ୍କୁ ଦିଆଯାଇଥିଲା । ସମସ୍ତଙ୍କୁ ଚା ଜଳଖିଆର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଶେଷରେ ଦୁଗ୍ଦ ଚାଷୀମାନେ ଓମ୍ ଫେଟ୍ ସେକ୍ରେଟ୍ରିଙ୍କୁ ବହୁତ୍ ଧନ୍ୟବାଦ ଦେଇଥିଲେ । ଏଥର ଖାଲି ଗାଈ ବାଛୁରୀମାନଙ୍କର ଚିକିତ୍ସା ହେଲା, ପୁଣି ଥରେ ଗାଈ, ବାଛୁରୀ, ବଳଦ ଏବଂ ଛେଳିମାନଙ୍କର ଚିକିତ୍ସା ଶିବିର ଆୟୋଜନ କରିବା ପାଇଁ ସମସ୍ତ ଡାକ୍ତରଙ୍କୁ ଅନୁରୋଧ କରିଥିଲେ ।

jittmm
Leave A Reply

Your email address will not be published.