ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଗୋଁଣ୍ଡୱାନା ଭବନଠାରେ ଆଦିବାସୀ ଆର୍ଥିକ ବିଚାରଧାରା ବିଷୟରେ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଦିବାସୀମାନଙ୍କ ପାରମ୍ପାରିକ ଆର୍ଥିକ ସହଯୋଗ ମାଧ୍ୟମରେ ବାଣିଜ୍ୟ ବ୍ୟବସାୟ ବିଷୟରେ ବିସ୍ତୃତ ମାର୍ଗଦର୍ଶନ କରିଥିଲେ ମୟୁରଭଞ୍ଜ ଜିଲ୍ଲାର ତିରୁମାୟ ସୁକାନ୍ତି ନାୟକ, କେନ୍ଦୁଝର ଜିଲ୍ଲାର ତିରୁମାଲ୍ ବିଜୟ କୁମାର ହେମ୍ରମ୍ ଏବଂ ତାଙ୍କ ସହଯୋଗୀ ତିରୁମାୟ ମଞୁଲତା ପାଟୁଲିଆ ଓ ତିରୁମାଲ୍ ଦୟାନିଧି ନାୟକ । ଜିଲ୍ଲାର ସବୁ ବ୍ଲକ ତଥା ସ୍ଥାନୀୟ ପୌରାଞ୍ଚଳର ଆଦିବାସୀମାନେ ବହୁ ସଂଖ୍ୟାରେ ଯୋଗଦେଇ ବାଣିଜ୍ୟ ବ୍ୟବସାୟ ମାଧ୍ୟମରେ ଆର୍ଥକ ସ୍ୱାବଲମ୍ବୀ ହେବା ପାଇଁ ପ୍ରଶିକ୍ଷିତ ହୋଇଥିଲେ । ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ବଲାଙ୍ଗିର ଅନୁକୂଲ୍ୟରେ ଆୟୋଜିତ ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଉଦ୍ଘାଟନ କରି ସାମୁହିକ ବ୍ୟବସାୟର ଉପକାରିତା ଉପରେ ମାର୍ଗଦର୍ଶନ କରିଥିଲେ । ଏହି ଶିବିରେ ମୀନକେତନ ମାଝୀ ଓ ରାମଚନ୍ଦ୍ର ଧରୁଆଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ୟାମସୁନ୍ଦର ଭୋଇ, ବିନୋଦ ବିହାରୀ ମଲ୍ଲିକ, ପ୍ରଦୀପ କୁମାର ମଲ୍ଲିକ, ଦଇତ ଧରୁଆ, ନୃପ ଭୋଇ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ଆଦିବାସୀ ପାରମ୍ପାରିକ ଆର୍ଥିକ ସହଯୋଗ ସାମୁହିକ ଭାବରେ କରି ସମାଜର ଉନ୍ନତି ପାଇଁ ସହମତି ପ୍ରକାଶ କରିଥିଲେ । ପଙ୍କଜିନୀ ଭୋଇ, ଝରଣାରାଣୀ ବାଗସିଂ, କୌଶଲ୍ୟା କୁମୁରା, ଧୁବୁନି ଧରୁଆ, ନମିତା ପୁଟା, ବାସନ୍ତି ଧରୁଆ, ମିତା ପାତ୍ର, ସୌଦାମିନୀ ଭୋଇ, ସଂଯୁକ୍ତା ଧରୁଆ, ମକୁନ୍ଦ ଧରୁଆ, ଚନ୍ଦ୍ରଶେଖର କୁଅଁର, ସୁବ୍ରତ କୁଅଁର, ରାଜକିଶୋର ଭୋଇ, ସାତ୍ୟ ଦଲପତି, ସୁବ୍ରନ ଧରୁଆ, ରାମ ମଲ୍ଲିକ, ବିଘ୍ନରାଜ ଭୋଇ, ଜୟଦେବ ଭୁଏ, ପଦ୍ମଲୋଚନ ମାଝୀ, ଜାଜ୍ଞସେନୀ ନେଟୀ, ରୁଦ୍ରକିଶୋର ଭୋଇ, କୈଲାଶ ଭୋଇ, ସୁଦର୍ଶନ ଧରୁଆ, ଜୟଦେବ ମଲ୍ଲିକ, ନିଳମଣି ଧରୁଆ ପ୍ରମୁଖ ଅଂଶଗ୍ରହଣ କରିଥିଲେ ଓ ଦାଶରଥି ଭୋଇ ଧନ୍ୟବାଦ ଦେଇଥିଲେ ।