ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ୍‌ ଡାକ ଶିବିର ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଡାକ ମଣ୍ତଳର ତତ୍ତ୍ଵାବଧାନରେ ଏବଂ ପାଣ୍ଡିଆ ଉପଡାକଘର ଆନୁକୂଲ୍ୟରେ ପାଣ୍ଡିଆ ଗ୍ରାମରେ ଏକ ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ୍‌ ଡାକ ଶିବିର ଶୁକ୍ରବାର ଦିନ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଉପଡାକପାଳ ଶ୍ରୀରାମ ଜୟରାମ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ବ୍ରହ୍ମପୁର ଡାକ ମଣ୍ଡଳର ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀ ମୁଖ୍ୟ ଅତିଥି ଓ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି କୈଳାଶ ଚନ୍ଦ୍ର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଶିବିରରେ ମୋଟ ୧୦୪ ଜଣ ମହିଳା ଜମାକାରୀଙ୍କ ନାମରେ ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ୍‌ ଖାତା ଖୋଲା ଯାଇଛି ଏବଂ ଏ ବାବଦକୁ ମୋଟ ଜମା ରାଶି ୧୬,୫୫,୦୦୦ ଟଙ୍କା ସଂଗୃହୀତ ହୋଇଛି । ଗୋଟିଏ ଦିନରେ ଏତେ ସଂଖ୍ୟକ ଗ୍ରାହକଙ୍କ ନାମରେ ଖାତା ଖୋଲିବା ଦିଗରେ ବ୍ୟାପକ ସହଯୋଗ ଓ ଉଲ୍ଲେଖନୀୟ ଅବଦାନ ପାଇଁ ପୋଷ୍ଟାଲ ଏଜେଣ୍ଟ କୁମାର ସ୍ୱାମୀ ଓ ଡାକ ସେବକ ମହେନ୍ଦ୍ର ମହାପାତ୍ରଙ୍କୁ ମୁଖ୍ୟ ଅତିଥି ଶ୍ରୀ ପାଢ଼ୀ ଏହି ଶିବିରରେ ସମ୍ବର୍ଦ୍ଧିତ କରିଥିଲେ । ସାମୂହିକ ଭାବେ ଉପଡାକଘରର ସମସ୍ତ କର୍ମଚାରୀ ଓ ଏଜେଣ୍ଟ ସାମିଲ୍ ହୋଇ ଶିବିରକୁ ସଫଳ କରିଥିବାରୁ ମୁଖ୍ୟ ଅତିଥି ଶ୍ରୀ ପାଢ଼ୀ ଏହି ଯୋଜନାରେ ଅଧିକ ମହିଳାଙ୍କୁ ଯୋଡିବା ପାଇଁ ସେମାନଙ୍କୁ ଉତ୍ସାହିତ କରିଥିଲେ । ମେଲ୍ ଓଭରସିୟର ରଜନୀକାନ୍ତ ପାଢ଼ୀ ସଭା ପରିଚାଳନା କରିଥିବା ବେଳେ ଉମା ଶଙ୍କର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!