୧୬ ତାରିଖରେ ଅନୁଷ୍ଠିତ ହେବ ସ୍ୱାସ୍ଥ୍ୟ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୧୬ ତାରିଖରେ ପଦ୍ମପୁର ଟାଉନ କ୍ଲବ ଓ ମୁରଲୀ କ୍ରିଷ୍ଣା ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ପଦ୍ମପୁର ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ପାଇଁ ଟାଉନ କ୍ଲବଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯିବ ବୋଲି ସୂଚନା ମିଳିଛି । ବରଗଡ ବିକାଶର ବିଭିନ୍ନ ବିଭାଗର ସୁନାମଧନ୍ୟ ଚିକିତ୍ସକଙ୍କ ଉପସ୍ଥିତିରେ ଜନସାଧାରଣଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବେ । ଏହି କାର୍ଯ୍ୟକ୍ରମରେ ଯୋଗଦାନ ଦେଇ ନିଜର ସ୍ୱାସ୍ଥ ଜନିତ ସମସ୍ୟା ବିଷୟରେ ବିଶେଷଜ୍ଞଙ୍କ ସହ ପରାମର୍ଶ କରାନ୍ତୁ ବୋଲି ପଦ୍ମପୁର ଟାଉନ କ୍ଲବ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.