ରେଙ୍ଗଲରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରେଙ୍ଗଲ ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପ ପରିସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଜଟଣୀ ପ୍ରେସ କ୍ଲବ ଓ ତ୍ରୟମ୍ବକଂ ହେଲ୍‌ଥ କେୟାର ମିଳିତ ଆନୁକୂଲ୍ୟରେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ହେଲଥ କେୟାରର ଅଧିକ୍ଷକ ଦେବାଶିଷ ଗୁମାନସିଂହ, ଏଚ୍‌ ଆର ତଥା ମେଡିସିନ ବିଭାଗର ଡାକ୍ତର ଡ. ରାକେଶଚନ୍ଦ୍ର କଲେଟ୍‌, ଡ. ଜୟଶ୍ରୀ ମହାରଣା, ହାର୍ଟ ସର୍ଜନ ଡ. ସଂଗ୍ରାମ କେଶରୀ, ଶଲ୍ୟ ବିଭାଗର ଡ. ସିଦ୍ଧାର୍ଥ କୁମାର ଦାଶ, ମଧୁମେହ ରୋଗର ଚିକିତ୍ସକ ଡା. ଲଳିତ କିଶୋର ନାୟକ, ଫାର୍ମାସିଷ୍ଟ ଓ ନର୍ସମାନେ ଯୋଗଦେଇ ୨ ଶହରୁ ଅଧିକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ମାଗଣା ଔଷଧ ପ୍ରଦାନ କରିଥିଲେ । ଏହି ଅବସରରେ ଜଟଣୀ ପ୍ରେସ କ୍ଲବ ପକ୍ଷରୁ ଡେଲାଙ୍ଗ ବ୍ଲକର ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ରେଙ୍ଗଲ ସରପଞ୍ଚ ସାଗରୀକା ବଡଜେନା, ଜଟଣୀ ପ୍ରେସ କ୍ଲବର ସଭାପତି ମହମ୍ମଦ ଇସମାଇଲ ଅଲ୍ଲୀ, ସମ୍ପାଦକ ହୃଦାନନ୍ଦ କୋଦମାସିଂହ, ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟ, ଖବରଦାତା ଲକ୍ଷ୍ମୀପ୍ରିୟା ଜେନା, ସାମାଜିକ କର୍ମୀ ବୁଲୁ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳାନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.