centurian jitm

ଛତ୍ରପୁରର ଅଗ୍ରଣୀ ୟୁରୋ ସ୍କୁଲରେ ମାଗଣା ସ୍ୱାସ୍ଥ୍ୟ ଶିବିର

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଜେଲରୋଡ୍ ସ୍ଥିତ ୟୁରୋ ସ୍କୁଲ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ସ୍କୁଲର ପ୍ରିନ୍ସିପାଲ ପ୍ରମୋଦ କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ଶିଶୁ ବିଶେଷଜ୍ଞ ଡାକ୍ତର ଭବାନୀ ଶଙ୍କର ମିଶ୍ର ଓ ବରିଷ୍ଠ ମନୋବିଜ୍ଞାନୀ ଡାକ୍ତର ବିଭୂ କଲ୍ୟାଣ ସାହୁ ଯୋଗ ଦେଇ କୁନି କୁନି ପିଲାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ବିଭିନ୍ନ ଟିପ୍ସ ପ୍ରଦାନ କରିଥିଲେ । ଏହି ଅବସରରେ ସ୍କୁଲର ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କର ଅଭିଭାବକମାନେ ଯୋଗ ଦେଇ ସେମାନଙ୍କ ପିଲାମାନଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା ବିଷୟରେ ଉଭୟ ଡାକ୍ତରଙ୍କୁ ଜଣାଇଥିଲେ । ଏହା ସହିତ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ନେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ମୁଖ୍ୟ ରଞ୍ଜନ ମହାପାତ୍ର ଓ ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ରଙ୍କ ସମେତ ସ୍କୁଲର ବହୁ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.