
ମାଲକାନଗିରି : କାଲିମେଳା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ କ୍ୟାମ୍ପ ପ୍ରକୋଷ୍ଠରେ ୮୮ଟି ଅଭିଯୋଗର ଫଇସଲା ହୋଇଛି । କାଲିମେଳା ବ୍ଲକରେ ଜିଲ୍ଲାପାଳ ବିଶାଲ ସିଂ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ । ବ୍ଲକର ବିଭିନ୍ନ ଗ୍ରାମରୁ ଲୋକମାନେ ପହଞ୍ଚି ସେମାନଙ୍କ ସମସ୍ୟା ସମ୍ପର୍କରେ ଦରଖାସ୍ତ ଦେଇଥିଲେ । ଜିଲ୍ଲାପାଳ ଗ୍ରାମବାସୀଙ୍କ ଅଭିଯୋଗ ଗୁଡିକୁ ଗ୍ରହଣ କରି ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୋଟ ୮୮ଟି ଅଭିଯୋଗର ଫଇସଲା କରିଥିଲେ । ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ପିଏ ଆଇଟିଡିଏ ତ୍ରିନାଥ ମାଝୀ, ସହକାରୀ ଏସ୍ପି ବଳଭଦ୍ର ଦୀପ, ବିଡ଼ିଓ, ବ୍ଲକ ଅଧ୍ୟକ୍ଷା ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।