ସେଣ୍ଟପଲ ସ୍କୁଲରେ ରକ୍ତଦାନ ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ସ୍ଥିତ ସେଣ୍ଟପଲ ସ୍କୁଲରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ଫାଦର ଯୋଶେଫ ଆମଦୋଦନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍କୁଲର କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ୨୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସ୍କୁଲର ଆଲୁମନି ଅନୁପମ ଗୁପ୍ତା, ବବିତା ମଣ୍ଡଳ, ଅମିତ ଧର, ସଞ୍ଜୟ କୁମାର ମାହାତୋ, ପି କେ ତ୍ରିପାଠୀ, ଅବିନାଶ କେର୍କେଟା, ଫାଦର ବୁଲୁ ବିରେନ୍ଦ୍ର କୁଜୁର ପ୍ରମୁଖ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲା ବ୍ଲଡ ବ୍ୟାଙ୍କର ଡାକ୍ତର ଏମ୍ ସୋରେନ ଓ ତାଙ୍କ ଟିମ୍ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଧୀର ଭୋଳ, ଦୀପକ ଶଙ୍କର ମହାପାତ୍ର, ସରିତା ମଣ୍ଡଳ, ରୀନା ଦେ, ସୁଶ୍ରୀ ସଂଗୀତା ସାହୁ, ସୁବାସ ସାହୁ, ବିଶ୍ୱଜିତ ରାଉତ, ନରେନ୍ଦ୍ର ସିଂହ କଲ୍ଲା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ସୂଚନା ଯୋଗ୍ୟ ଯେ, ସ୍କୁଲ ତରଫରୁ ଏହି ରକ୍ତଦାନ ଶିବିର ୯ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି । ଶେଷରେ ଶ୍ରୀ ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!