ppurohit

ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

2nd

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ସ୍ଥିତ ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ କଲେଜର ଅଧ୍ୟକ୍ଷ ସୁବୋଧ କୁମାର ଶତପଥୀ, ଅଧ୍ୟାପକ ଲମ୍ବୋଦର ସାହୁକାର, ଅଧ୍ୟାପକ ପ୍ରସନ୍ନ ବେହେରା, ଅଧ୍ୟାପିକା ଜ୍ୟୋତିମାଳା ରାଉତ, ପ୍ରଶିକ୍ଷିକା ବର୍ଷା ପ୍ରିୟଦର୍ଶିନୀ, କାର୍ଯ୍ୟକ୍ରମ ସଂଯୋଜକ ତଥା କ୍ରୀଡା ଶିକ୍ଷକ ରାଜ କିଶୋର ରଣା ପ୍ରମୁଖ ଯୋଗଦେଇ ଛାତ୍ରୀ ମାନେ କିଭଳି ନିଜକୁ ସୁରକ୍ଷିତ କରିପାରିବେ ଓ ଏଥିପାଇଁ ସେମାନଙ୍କ ଉଦ୍ୟମର ଆବଶ୍ୟକ ରହିଛି ବୋଲି ମତପ୍ରକାଶ କରିଥିଲେ । ତେବେ ଏହି ପ୍ରଶିକ୍ଷଣ ଶିବିରଟି ଚଳିତ ମାସ ୨୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରାଜ କିଶୋର ରଣା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.