jayashree

ବିବେକାନନ୍ଦ ଜୟନ୍ତୀରେ ବଲାଙ୍ଗିର ଜିଲ୍ଲା ଗାୟତ୍ରୀ ପରିବାର ତରଫରୁ ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିବା ଘ.୧୦.୩୦ମି. ସମୟରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ରକ୍ତ ଭଣ୍ଡାର ପ୍ରାଙ୍ଗଣରେ ବଲାଙ୍ଗିର ଜିଲ୍ଲା ସମନ୍ୱୟ ସମିତି ଗାୟତ୍ରୀ ପରିବାର ତରଫରୁ ଜିଲ୍ଲା ସଂଯୋଜକ ଉଦୟନାଥ ପାତ୍ରଙ୍କ ସଭାପତିତ୍ୱରେ ସ୍ୱାମୀ ବିବେକାନନ୍ଦ, ପଣ୍ଡିତ ଶ୍ରୀରାମ ଶର୍ମା ଓ ମାତା ଗାୟତ୍ରୀଙ୍କ ପୂଜା ଅନୁଷ୍ଠିତ ହୋଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜଗନ୍ନାଥ ପଣ୍ଡା, ରକ୍ତ ଭଣ୍ଡାରର ମୁଖ୍ୟ ଡାକ୍ତର ଅର୍ପିତା ପାଣ୍ଡିଆ ଅତିଥି ଭାବରେ ଯୋଗ ଦେଇଥିଲେ । ବିଭିନ୍ନ ସ୍ଥାନରୁ ଗାୟତ୍ରୀ ପରିବାରର ଭାଇ ଭଉଣୀମାନେ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିରରେ ସାଗରିକା ଗୁରୁ, ବରୁଣ ସୁନା, ଲାଲବାହାଦୁର ପାତ୍ର, ଅଙ୍କିତ ଚାନ୍ଦ, ଅନଙ୍ଗ ଉଦୟ ଗଡତ୍ୟା, ମହିମା କୁକ୍ରେଜା, ନାରାୟଣ ସାହୁ, ସ୍ୱରଜିତ ଶତପଥି, ଶ୍ରୀକାନ୍ତ ସାହୁ, ନିହାରିକା ମିଶ୍ର, ସନ୍ତୋଷିନୀ ମିଶ୍ର, ଶ୍ରୀମନ୍ଦିନୀ ସାହୁ, କ୍ଷମାନିଧି ଭୋଇ, ଆନନ୍ଦ ଅଗ୍ରୱାଲ, ଆସମାନ ସାହୁ, ପ୍ରହଲ୍ଲାଦ ଛତର, ବସନ୍ତ ବେହେରା, ଓମ୍‌ ପ୍ରକାଶ ଗୁରୁ, ମନିଷ ଝା, ବିଜୟା ପୃଷ୍ଟି, ଶୁଶାନ୍ତ ବିଶ୍ୱାଲ, ବିନିତ ଜୈନ, ଗୀତା ଭୋଇ, ପରଚ୍ୟୁମ ସାହୁ, ବିଭୋର କେଡିଆ, ଅମ୍ବରିଶ ତ୍ରିପାଠୀ, ବିନୋଦ ପ୍ରଧାନ, ସନମୟ ଦାଶ ପ୍ରମୁଖ ରକ୍ତଦାନ କରିଥିଲେ । ଏହି କାଯକ୍ରମକୁ ବଲାଙ୍ଗିର ଜିଲ୍ଲା ସମନ୍ୱୟ ସମିତି ପ୍ରତ୍ୟେକ ବ୍ଲକର ଭାଇ ଭଉଣୀ ଏବଂ ବଲାଙ୍ଗିର ଗାୟତ୍ରୀ ଟ୍ରଷ୍ଟର ଭାଇ ଭଉଣୀମାନେ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ମେଡିକାଲ କଲେଜର ଡା. ସୁମିତ ମୁଣ୍ଡ, ଶେଖ୍‌ ଅସରଫ, ନମିତା ମେହେର, ଜ୍ୟୋର୍ତିମୟୀ ନାଏକ, ନିରୁପମା ଜାଲ, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।

Leave A Reply

Your email address will not be published.