oom

ସୁବଳୟା ଜଗନ୍ନାଥ ସେନା ଦ୍ୱାରା ରକ୍ତଦାନ ଶିବିର ଆୟୋଜିତ

jsmm

ସୁବଳୟା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମରେ ଜଗନ୍ନାଥ ସେନାର ସଦସ୍ୟଙ୍କ ଦ୍ୱାରା ଦ୍ଵିତୀୟ ବର୍ଷ ପାଇଁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଆରମ୍ଭରୁ ଜଗନ୍ନାଥ ସେନାର ସଦସ୍ୟ ଏବଂ ସୁବର୍ଣ୍ଣପୁର ଜୁନିଅର ରେଡ଼କ୍ରସ୍‌ର କର୍ମକର୍ତ୍ତାଙ୍କ ଦ୍ୱାରା ମିଳିତ ଭାବରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରୁ ରାଲି ବାହାରି ଦୈନିକ ବଜାର ଦେଇ ସମୁଦାୟ ସୁବଳୟା ଗ୍ରାମ ପରିକ୍ରମା କରିଥିଲା ଓ ଗ୍ରାମବାସୀଙ୍କୁ ରକ୍ତଦାନ କରିବା ପାଇଁ ଅନୁରୋଧ କରିଥିଲେ । ସୁବଳୟା ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର ଶିବିରକୁ ଉଦ୍‌ଘାଟନ କରିଥିବା ବେଳେ ସମିତି ସଭ୍ୟା ଲିଲି ମେହେର, ବୀରମହାରାଜପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଂଜିତ ରଥ, ସମାଜସେବୀ ନନ୍ଦିକିଶୋର ମିଶ୍ର, ଅଶୋକ ପୁରୋହିତ, ଜୁନିଅର ରେଡ଼କ୍ରସ୍‌ ଅଫିସର ରବିଚନ୍ଦ୍ର ପଶାୟତ, ରାଜ୍ୟ ପୁରସ୍କାରପ୍ରାପ୍ତ ସମାଜସେବୀ ତଥା ରାମନାରାୟଣ ଦାଶ ପ୍ରମୁଖ ରକ୍ତଦାନ ପାଇଁ ଲୋକଙ୍କୁ ପ୍ରବାର୍ତ୍ତାଇଥିଲେ । ସୁବଳୟା ହାଇସ୍କୁଲର ଜୁନିଅର ରେଡ଼କ୍ରସ୍‌ର ପରାମର୍ଶଦାତା ଚନ୍ଦ୍ରମଣି ବାଘଙ୍କ ସଂଯୋଜନା କାର୍ଯ୍ୟକ୍ରମରେ ଉଦ୍‌ଘାଟନୀ ସଭାରେ ସନ୍ତୋଷ ପୁଜାହାରୀ ମଞ୍ଚ ପରିଚାଳନା କରିଥିବା ବେଳେ କ୍ଲବ ସଭାପତି ପ୍ରମୋଦ ପୋଢ଼ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । କ୍ଲବ ସମ୍ପାଦକ ଚନ୍ଦନ ସାହୁ ଧନ୍ୟବାଦ ଦେଇଥିଲେ । ରେଡ଼କ୍ରସ୍‌ କର୍ମୀ ଚନ୍ଦ୍ରଶେଖର ମହାପାତ୍ର, ଗୋପେଶ ପଣ୍ଡା, ହୃଷିକେଶ ଚାନ୍ଦ, ରଞ୍ଜିତ ପଧାନ, ଉପେନ୍ଦ୍ର ସାହୁ ପ୍ରମୁଖ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ମହିଳା ଓ ଯୁବପିଢ଼ିଙ୍କ ଯୋଗଦାନ ବଳରେ ସମୁଦାୟ ୭୭ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଜଗନ୍ନାଥ ସେନାର ମୁଖ୍ୟ ପ୍ରମୋଦ ପୋଢ଼, ସନ୍ତୋଷ ପୁଜାହାରୀ, ଚନ୍ଦନ ସାହୁ, କିଶୋର ମେହେର, ନୀଳାମ୍ବର ପାଣ୍ଡେ, ମଣ୍ଟୁ ପାତ୍ର, ନାରାୟଣ ଅଗ୍ରୱାଲ, ପ୍ରମୋଦ ରଣା, ପିଙ୍କୁ ପୁଜାହାରୀ, ଦିଲ୍ଲୀପ ମେହେର, ନାରାୟଣ ମେହେର, ଲଳିତ ମେହେର, ଦୟାନିଧି ମେହେର, ନୟନ ସାହୁ, ସମ୍ପଦ ପୁଝାରୀ ପ୍ରମୁଖ ଉପସ୍ଥିତ ରହି ବିଶେଷ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.