ବେଲପଡାରେ ରକ୍ତଦାନ ଶିବିର ୧୬ରେ

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ପଞ୍ଚାୟତ ସମିତି କଲେଜରେ ‘ସମ୍ବାଦ-ଆମ ଓଡିଶା’ ପକ୍ଷରୁ ପଞ୍ଚାୟତ ସମିିତିି କଲେଜ ସହାୟତାରେ ଆସନ୍ତା ୧୬ ତାରିଖରେ ଏକ ରକ୍ତଦାନ ଶିବିର ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି । ଏ ପରିପ୍ରେକ୍ଷୀରେ ସୁଦାମ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ କଲେଜର ଅଧ୍ୟକ୍ଷ ନବୀନ ମେହେର, ବରିଷ୍ଠ ଅଧ୍ୟାପକ ମନୋଜ ମହାଖୁଡ, ତନ୍ମୟ ପାଣିଗ୍ରାହୀ, ସୁଦାମ ମହାପାତ୍ର ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ରକ୍ତଦାନର ମହତ୍ତ୍ୱ ସଂପର୍କରେ ବୁଝାଇଥିଲେ । ଆସନ୍ତା ୧୬ ତାରିଖରେ ଅଧିକରୁ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ରକ୍ତଦାନ କରିବା ପାଇଁ କହିଥିଲେ । ବେଲପଡା ଗଣମାଧ୍ୟମ ପ୍ରତିନିଧି ଗୋଲାପ ମିଶ୍ର ଓ ସମାଜସେବୀ ଭୋଜରାଜ ଦଣ୍ଡସେନା ଏହି ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.