ଛତାମଖନାରେ ମାଗଣା ସ୍ୱାସ୍ଥ୍ୟ ଶିବିର

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଛତାମଖନାଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ୍ରମେ ସିଡିଏମ୍‌ଓ ଓ ଜାମ୍‌ଗାଁ ସିଏଚ୍‌ସି ତତ୍ୱାବଧାନରେ ଅନୁଷ୍ଠିତ ଶିବିରକୁ ଛତାମଖନା ସରପଞ୍ଚ ଅଞ୍ଜଳି ବାଗ ଉଦ୍‌ଘାଟନ କରିଥିଲେ । ଆଖପାଖ ଅଞ୍ଚଳର ଲୋକମାନେ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଏଥିରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.