ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ବେହେରା ପାଲିଠାରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅର୍ନ୍ତଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସ୍ୱଳ୍ପ ସଂଚୟ ଓ ଆର୍ଥିକ ଅର୍ନ୍ତଭୁକ୍ତିକରଣ ଅଧିକାରୀ, ବଲାଙ୍ଗିର ବିଜୟ କୁମାର ଶତପଥି ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଭାରତୀୟ ଷ୍ଟେଟ ବ୍ୟାଙ୍କ, ବଲାଙ୍ଗିରର ଆର୍ଥିକ ସାକ୍ଷରତା ମନ୍ତ୍ରଣାଦାତା ଓମ୍ ପ୍ରକାଶ ମୁଣ୍ଡ, ସ୍ୱଳ୍ପ ସଂଚୟ ଅଭିକର୍ତ୍ତା ଓ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଉକ୍ତ ଶିବିରରେ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ସଂଚୟ ଓ ବୀମା ଯୋଜନା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ଓ ଚିଟ୍ ଫଣ୍ଡ କମ୍ପାନୀ ମାନଙ୍କଠାରୁ ଦୂରରେ ରହିବା ପାଇଁ ପ୍ରବର୍ତ୍ତା ଯାଇଥିଲା କିଛି ଲୋକେ ନୂଆ ସଞ୍ଚୟ ଖାତା ଖୋଲିବା ପାଇଁ ଫର୍ମ ପୂରଣ କରିଥିଲେ । କରୋନା ସଚେତନା ମଧ୍ୟ ଉକ୍ତ ଶିବିରରେ କରାଯାଇଥିଲା ଓ ଯେଉଁମାନେ କରୋନା ଟୀକା ନେଇ ନାହାନ୍ତି ସେମାନଙ୍କୁ କରୋନା ଟୀକା ନେବା ପାଇଁ ବୁଝା ଯାଇଥିଲା । ଶେଷରେ ଜିଲ୍ଲା ସ୍ୱଳ୍ପ ସଂଚୟ ଓ ଆର୍ଥିକ ଅର୍ନ୍ତଭୁକ୍ତିକରଣ ଅଧିକାରୀ, ବଲାଙ୍ଗିର ଧନ୍ୟବାଦ ଅର୍ପଣ କରିଥିଲେ ।