ଛତାମଖନା ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆର୍ଥିକ ଓ ସାମାଜିକ ସ୍ୱାକ୍ଷରିକ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛତାମଖନା ଠାରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଆନୁକୁଲ୍ୟରେ ନାବାର୍ଡ ଦ୍ୱାରା ପ୍ରଯୋଜିତ ଆର୍ଥିକ ଓ ସାମାଜିକ ସ୍ୱାକ୍ଷରିକ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳକ ରିଷଭ ରାଜ ଗନ୍ତାୟତଙ୍କ ସଭାପତିତ୍ୱରେ ବ୍ୟାଙ୍କରୁ ମିଳୁଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଓ ତାର ସୁବିଧା ସଂପର୍କରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରିଥିଲେ । ସମସ୍ତ ସରକାରୀ କାର୍ଯ୍ୟଳେୟ କିପରି ସ୍ୱଚ୍ଛତା ରଖି ପରିଷ୍କାର ପରିଚ୍ଛନ୍ନ ରଖିବେ ସେ ସଂକ୍ରାନ୍ତରେ ଗୁରୁତ୍ୱାରୋପ କରିଥିଲେ । ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ବୀମା କରିବା ପାଇଁ ଶିବିରରେ ଉଦ୍‌ବୋଧନ ଦେଇଥିଲେ । ଏହି ଶିବିରରେ ଅଧ୍ୟକ୍ଷ ସୁଦାମ ଚରଣ ଖମାରୀ ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ ସଂସ୍କୃତ ଅଧ୍ୟାପକ ଡଃ. ଦୈତାରୀ ପୂଜାରୀ ସଭା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜନୀତି ଅଧ୍ୟାପିକା ପଦ୍ମାଳୟା ତ୍ରିପାଠି, ଓଡିଶା ଅଧ୍ୟାପିକା ଚାରୁଲତା ମିଶ୍ର, ଇତିହାସ ଅଧ୍ୟାପକ ଡଃ. ଧନଞ୍ଜୟ ସେଠ ଓଡିଆ ଅଧ୍ୟାପକ ଡଃ. ପବିତ୍ର କୁମାର ଦଣ୍ଡସେନା ଅର୍ଥ ଶାସ୍ତ୍ର ଅଧ୍ୟାପକ ରାଧାକାନ୍ତ ସାହୁ ସମେତ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶେଷରେ କ୍ରୀଡା ଶିକ୍ଷକ ପ୍ରେମାନନ୍ଦ ବିଶି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.