ବଲାଙ୍ଗିର, (କେପିଏନ୍ଏସ୍) : ମହିମୁଣ୍ଡା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ, ମହିମୁଣ୍ଡା ଓ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମହିମୁଣ୍ଡାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି । ଦୀର୍ଘ ୮ ଦିନ ଧରି ଚାଲିଥିବା ଏହି ତାଲିମ ଶିବିରରେ କୁମାରୀ ଜନନୀ ମହାଲିଙ୍ଗ ଏବଂ କୁମାରୀ ସୁଭାଷିନୀ ମଲ୍ଲିକ ପ୍ରଶିକ୍ଷିକା ଭାବରେ ଯୋଗଦେଇଥିଲେ । ଉଦ୍ଯାପନୀ ସଭାରେ ମୁଖ୍ୟ ଅତିଥିଭାବରେ ଯୋଗଦେଇଥିବା ଯୁଧିଷ୍ଠିର ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଧନଞ୍ଜୟ ସେଠ୍ ବିଭିନ୍ନ ଉଦାହରଣ ସହ ତାଲିମ ଶିବିରର ପ୍ରାସଙ୍ଗିକତା ଉପରେ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥିଭାବେ ଯୋଗଦେଇଥିବା ଏହି ଶିବିରର ଜିଲ୍ଲା ସଂଯୋଜକ ସୁଦାମ ଖମାରୀ କିଛି ଅନୁଭୂତି ସହ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ଶକ୍ତିଶାଳୀ ହେବା ପାଇଁ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଦୁଯ୍ୟୋାଧନ ପଧାନ ପ୍ରାରମ୍ଭିକ ସୂଚନା ଦେବା ସହ ଆତ୍ମ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଡ. ଜଗନ୍ନାଥ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜକ ସୀତାପତି ବିଶ୍ଵାଳ ସହ ଅଧ୍ୟାପକ ପ୍ରକାଶ ନାୟକ, ଅଧ୍ୟାପକ ସରୋଜ ବିଶି, ଅଧ୍ୟାପକ ଶିବପ୍ରସାଦ ଗଡତ୍ୟା କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ ।