ବଲାଙ୍ଗିର, (କେପିଏନ୍ଏସ୍) : ଓଡିଶା ସ୍କୁଲ ଏଜୁକେଶନ୍ ପ୍ରୋଗ୍ରାମ ଅଥରିଟି (ଓସେପା) ଓ ସମଗ୍ର ଶିକ୍ଷା ଅଭିଯାନ (ଏସ୍ଏସ୍ଏ )ବଲାଙ୍ଗିର ତରଫରୁ ପୁଇଁତଲା ବ୍ଲକର ରାମଜୀ ହାଇସ୍କୁଲ କୁରୁଲ ଓ ରଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବର୍ଣ୍ଣାଳୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପୁଇଁତଲା ବିଇଓ ଲୋକନାଥ ସୁନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ପ୍ରଥମ ପର୍ଯ୍ୟାୟରେ କୁରୁଲ ହାଇସ୍କୁଲରେ ୩୬ ଜଣ ଓ ଦ୍ଵିତୀୟ ପର୍ଯ୍ୟାୟ ରଣ୍ଡା ହାଇସ୍କୁଲରେ ୩୫ ଜଣ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଲିଙ୍ଗ ସମ୍ବେଦନ ଶୀଳତା ଓ ପାଠ୍ୟକ୍ରମ ସହ ସଂଯୋଗୀକରଣ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏ.ବି.ଇ.ଓ ନୀଳମଣି ପଣ୍ଡା ଓ ଲଛମନ ପଧାନ ଶିବିରର ତଦାରଖ କରିଥିଲେ । ସାଧନକର୍ମୀ ଅଞ୍ଜନ ସାଏ , ଶୈଳେନ୍ଦ୍ରି ପରିଡା, ଗୀତାଞ୍ଜଳି ରଥ ଓ ରଂଜିତ ମିଶ୍ର ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶେଷରେ ସମସ୍ତ ଶିବିରାର୍ଥିଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।