jayashree

ଜିଲ୍ଲାସ୍ତରୀୟ ଜୁନିଅର ରେଡ଼କ୍ରସ ଶିକ୍ଷା ଓ ତାଲିମ ଶିବିର ଉଦ୍‌ଯାପିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଜୁନିଅର ରେଡ୍‌କ୍ରସର ୧୮ତମ ତ୍ରିଦିବସୀୟ ଶିକ୍ଷା ଓ ତାଲିମ ଶିବିର ଡୁଙ୍ଗୁରିପାଲି ବ୍ଳକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ଉଦ୍‌ଯାପିତ ହୋଇ ଯାଇଛି । ପ୍ରଥମ ଦିବସରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜୁନିଅର ରେଡକ୍ରସ ଚେୟାରମେନ୍ ଲକ୍ଷ୍ମଣ ଭୋଇଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଆଞ୍ଜେଲିନା ପ୍ରଧାନ ମୁଖ୍ୟ ଅତିଥିଭାବେ ଓ ସମ୍ମାନୀତ ଅତିଥିଭାବେ ପୂର୍ବତନ ରାଜ୍ୟ ଜୁନିଅର ରେଡ଼କ୍ରସ୍ ଅଧିକାରୀ ଧର୍ମସିଂ ମିଶ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜୁନିୟର ରେଡକ୍ରସର ଜିଲ୍ଲା ସମ୍ପାଦକ ମଞ୍ଜୁଲତା ଭୋଇ, ଡୁଙ୍ଗୁରିପାଲି ବ୍ଳକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଞ୍ଜୁଳୁ ମିର୍ଦ୍ଧା, ପୂର୍ବତନ ଜିଲ୍ଲା ଜୁନିୟର ରେଡ଼୍‌କ୍ରସ୍‌ ଅଧିକାରୀ ସୁରେଶ ପ୍ରଧାନ, ବରିଷ୍ଠ ସାଧନ କର୍ମୀ ସରୋଜକାନ୍ତ ରଥ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଜୁନିଅର ରେଡ଼କ୍ରସ ଅଧିକାରୀ ରବିଚନ୍ଦ୍ର ପଶାୟତ ପରିଚାଳନା କରିଥିବା ବେଳେ ଜିଲ୍ଲା ଜୁନିୟର ରେଡ଼କ୍ରସ ଭାଇସ ଚେୟାରମ୍ୟାନ ଗତିକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ଵିତୀୟ ଦିବସରେ ଯୋଗ ପ୍ରାଣାୟାମ ଓ ଶାରୀରିକ ବ୍ୟାୟାମ ପରେ ଦିନସାରା ଓଡ଼ିଆ ପ୍ରବନ୍ଧ, ଇଂରାଜୀ ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ ପ୍ରତିଯୋଗିତା ହୋଇଥିଲା । ପ୍ରାଥମିକ ଚିକିତ୍ସା, ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ, ପ୍ରାକଟିକାଲ କରିଥିଲେ ଛାତ୍ରଛାତ୍ରୀ ଓ କାଉନସିଲର । ଦ୍ୱିତୀୟ ଦିନରେ ରକ୍ତଦାନ ଶିବିରରେ ୫୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ସନ୍ଧ୍ୟାରେ ଛାତ୍ରଛାତ୍ରୀ ଓ ଗାୟିକା ଡ଼ଃ. ଅର୍ଚ୍ଚନା ପାଢ଼ୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତୃତୀୟ ଦିବସରେ ସକାଳ ଯୋଗ ଓ ପ୍ରାଣାୟାମ ପରେ ଗ୍ରାମ୍ୟ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦଳଗତ ସଂଗୀତ, ଏକକ ସଂଗୀତ, ଭାଷଣ, ପ୍ରାଚୀର ପତ୍ରିକା, ପ୍ରଦର୍ଶନୀ, ରଙ୍ଗୋଲି, ଦଳଗତ ନୃତ୍ୟ, ଏକକ ନୃତ୍ୟ ପରି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଦ୍‌ଯାପନି ଦିବସରେ ଜିଲ୍ଲା ଜୁନିଅର ରେଡ଼କ୍ରସ ଅଧ୍ୟକ୍ଷ ତଥା ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଡୁଙ୍ଗୁରିପାଲି ପଂଚାୟତ ସମିତି ଉପାଧ୍ୟକ୍ଷ ମକରଧ୍ୱଜ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଗଣେଶ ଭୋଇ, ଜିଲ୍ଲା ରେଡକ୍ରସ ଅଧିକାରୀ ରବିଚନ୍ଦ୍ର ପଶାୟତ, ବୀରମହାରାଜପୁର ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ କୁମ୍ଭକାର, ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ବସନ୍ତ ହୋତା, ଡୁଙ୍ଗୁରିପାଲି ଗୋଷ୍ଠୀ ସହଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଦ୍ଧା ସମ୍ମାନିତ ଅତିଥିଭାବେ ଯୋଗଦେଇ ଜୁନିଅର ରେଡ଼କ୍ରସର ଚିନ୍ତାଧାରାରେ ସମସ୍ତେ ଅନୁପ୍ରାଣିତ ହୋଇ ସ୍ୱାସ୍ଥ୍ୟ, ସେବା ଓ ବନ୍ଧୁତା ଭାବ ର ବିକାଶ ପାଇଁ ଆଗେଇ ଆସିବା ଓ ବିଶ୍ୱରେ ସମସ୍ତଙ୍କ ମନରେ ଖୁସି ଓ ଶାନ୍ତି ଆଣିବାକୁ ପ୍ରେରଣା ଦେଇଥିଲେ । ଜିଲ୍ଲା ଜୁନିଅର ରେଡ଼କ୍ରସ ଉପାଧ୍ୟକ୍ଷ ଗତିକୃଷ୍ଣ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜୁନିଅର ରେଡ଼କ୍ରସ ପ୍ରଶିକ୍ଷକ ଚନ୍ଦ୍ରମଣି ବାଗ ସଭା ପରିଚାଳନା କରିଥିଲେ । ତାଲିମ ଶିବିରରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ୬ଟି ବ୍ଲକରୁ ଜୁନିଅର ରେଡକ୍ରସ ସ୍ଵେଚ୍ଛାସେବୀ‌, କାଉନସିଲର ଓ ତାଲିମଦାତା ତଥା ଅନ୍ୟାନ୍ୟ ସହଯୋଗୀ ମିଶି ୬୨୨ ଜଣ ଉପସ୍ଥିତ ଥିଲେ । ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ବରିଷ୍ଠ ସାଧନକର୍ମୀ ହୃଷିକେଶ ଡାଙ୍ଗ ପରିଚାଳନା କରିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା । ଶେଷରେ ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ମାୟାବର୍ହା ପଂଚାୟତର ପୂର୍ବତନ ସରପଞ୍ଚ ରାଧାକାନ୍ତ ଜୁଆଡ଼ି, ପଣ୍ଡକିଟାଲ ସରପଞ୍ଚ ଗୋବିନ୍ଦ ସେଟ ଓ ମାୟାବରହା ଗ୍ରାମବାସୀ ସହଯୋଗ କରିଥିଲେ । ସାଧନକର୍ମୀ ଭାବରେ ଚନ୍ଦ୍ରମଣି ବାଘ, ଚନ୍ଦ୍ରଶେଖର ମହାପାତ୍ର, ଶେଷଦେବ ଛତର, ବଳରାମ ପୁରୋହିତ, ଆଶିଷ ନାଏକ, ସନ୍ତୋଷ ମିଶ୍ର, ଅନୁପ୍ରିୟା ମିଶ୍ର, ନିଗମାନନ୍ଦ ଦେହୁରୀ, ବିଜୟ ପଣ୍ଡା, ପବିତ୍ର ବାରିକ, ସସ୍ମିତା ସାହୁ, ଆଶିଷ ନାଏକ, ହୃଷିକେଶ ଚାନ୍ଦ, ହୃଷିକେଶ ଦେହୁରୀ, ନିମାଇଁ ମଲ୍ଲିକ କାର୍ଯ୍ୟ ତୁଲାଇଥିଲେ । ବିଦ୍ୟାଳୟ ଶିକ୍ଷକ ନନ୍ଦିଘୋଷ ବାରିକ, ସଂଜୀବ କୁମାର ପୂଜାରୀ, ଭୀମସେନ ଖମାରୀ, କିରଣ ପୁଟେଲ, ତଥା ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ, ସିଆରସିସି ସୌରଭ ସାହୁ, ନରେନ୍ଦ୍ର ପୁରୋହିତ, ସୁନୀଲ ସେଟ, ପ୍ରଦୀପ୍ତ କିଶୋର ଦାଶ, ପୁରାତନ ଛାତ୍ରଛାତ୍ରୀ, ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଂଚଳର ଜନସାଧାରଣ ବିଶେଷ ସହଯୋଗ କରିଥିଲେ ।

Leave A Reply

Your email address will not be published.