ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସଂକଳ୍ପ ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଉଚ୍ଚ ବିଦ୍ୟାଳୟ ନବ ନିଯୁକ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ପାଇଁ ଉପଖଣ୍ଡ ସ୍ତରୀୟ ସଂକଳ୍ପ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଦ୍‌ଘାଟନୀ ସଭାରେ ପାଇକମାଳ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣୀ ବାରିକ ମୁଖ୍ୟ ଅତିଥି ତଥା ରାଜ ବୋରାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ସମ୍ମାନିତ ଅତିଥିଭାବେ ଯୋଗଦେଇ ଶିକ୍ଷା ବିଭାଗର ଦାୟିତ୍ୱ ଓ ତାକୁ କିଭଳି ଭାବରେ ଭଲ ଭାବରେ ନିର୍ବାହ କରିବେ ନବ ନିଯୁକ୍ତି ଶିକ୍ଷକମାନଙ୍କୁ ଅବଗତ କରାଇଥିଲେ । ଏହି ଶିବିରରେ ବ୍ଲକର ୫୮ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇଛନ୍ତି । ଏହି ଶିବିରକୁ ସାଧନ କର୍ମୀ ରାଜେଶ ଖମାରୀ, ଟିକେଶ୍ୱର ସାହୁ, ମାନସ ରଞ୍ଜନ ଶତପଥି, ଚିତ୍ତ ରଞ୍ଜନ ସାହୁ, ଅରିନ୍ଦମ ମହାନ୍ତି ପରିଚାଳନା କରିବେ । ଏହି ଶିବିର ୫ ଦିନ ଧରି ଚାଲିବ ।

jittmm
Leave A Reply

Your email address will not be published.