ଶିବତଲାରେ ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିବତଲା ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ୬ଦିନ ବ୍ୟାପି ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଶିବତଲା ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କୃପାସିନ୍ଧୁ ଯୋଷୀଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ବିଶିଷ୍ଟ କ୍ରିକେଟ୍‌ କୋଚ୍‌ ଅରୁଣ କୁମାର ନାୟକ ମୂଖ୍ୟଅତିଥି ଭାବେ ଯୋଗଦାନ କରି ଧ୍ୱଜା ଉତୋଳନ ଥିଲେ । କ୍ରୀଡ଼ା ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମଗ୍ରିକ ବିକାଶକୁ ଗୁରୁତ୍ୱ ପ୍ରଦାନ କରିବା ପାଇଁ ନିଜ ବକ୍ତବ୍ୟରେ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥିଭାବେ ଶିବତଲା ପଂଚାୟତର ନାଏବ୍‌ ସରପଂଚ ନିରଂଜନ ମେହେର ଯୋଗଦାନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୋଷୀ ମଣିଷର ଶୃଙ୍ଖଳିତ ଜୀବନରେ କ୍ରୀଡ଼ାର ଗୁରୁତ୍ୱ ଉପରେ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଉଦ୍‌ଘାଟନୀ ଦିବସରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାମାନ ଆୟୋଜିତ ହୋଇଥିଲା । ୧୦୦ମିଟର ଦୌଡ଼ (ବାଳିକା)ରେ ଗାୟତ୍ରୀ ଗଡ଼ତିଆ ୧ମ, ଶିଖା ମଲ୍ଲିକ ୨ୟ, ଝରଣା ଜାଲ ୩ୟ ସ୍ଥାନ ଏବଂ ୧୦୦ମିଟର ଦୌଡ଼ (ବାଳକ)ରେ ରାକେଶ ଭୋଇ ୧ମ, ରିଙ୍କୁ ରଣା ୨ୟ, ବାଦଲ ପାଣ୍ଡେ ୩ୟ ସ୍ଥାନ ଅଧିକାର କରିଥିଲେ । ୨୦୦ମିଟର ଦୌଡ଼ (ବାଳିକା)ରେ ପ୍ରଣତୀ ଦନ୍ତା ୧ମ, ତୃପ୍ତି ସାହୁ ୨ୟ, ଝରଣା ଜାଲ ୩ୟ ସ୍ଥାନ ଏବଂ ୨୦୦ମିଟର ଦୌଡ଼ (ବାଳକ)ରେ ଅଙ୍କିତ ମାଝୀ ୧ମ, ସୁଧାଂଶୁ ଦନ୍ତା ୨ୟ, ରାଜୁ ନାୟକ ୩ୟ ସ୍ଥାନ ଅଧିକାର କରିଥିଲେ । ୪୦୦ମିଟର ଦୌଡ଼ (ବାଳକ)ରେ ସୁମନ୍ତ ଧରୁଆ୧ମ, ରିଙ୍କୁ ବଗର୍ତୀ୨ୟ, ଅଙ୍କିତ ମାଝୀ ୩ୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଡ଼ିସକସ୍‌ ଥ୍ରୋ (ବାଳିକା)ରେ ନମୀତା ରଣା ୧ମ, ମିଥିଲା ଭୋଇ ୨ୟ ଓ ଲିଲି ମନହୀରା ୩ୟ ସ୍ଥାନ ଅଧିକାର କରିଥିଲେ । ସଟ୍‌ଫୁଟ୍‌ (ବାଳିକା)ରେ ନମୀତା ରଣା ୧ମ, ଲିଲି ମନହୀରା ୨ୟ, ଗୀତାଂଜଳି ରଣା ୩ୟ ଏବଂସଟ୍‌ଫୁଟ୍‌ (ବାଳକ)ରେ ହେମନ୍ତ କୁମ୍ଭାର ୧ମ, ସାହିଲ ନାୟକ ୨ୟ ଏବଂ ଇତୁ ମାଝୀ ୩ୟ ସ୍ଥାନ ଅଧିକାର କରିଥିଲେ । ଆଜିର କ୍ରୀଡ଼ା ପ୍ରତିଯୋଗିତାକୁ ଶିବତଲା ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଜୀବାନନ୍ଦ ସାହୁ ଏବଂ ରାଜୀବ ବେହେରା ପରିଚାଳନା କରିଥିବା ବେଳେ ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଏବଂ କର୍ମଚାରୀ ସହଯୋଗ କରିଥିଲେ । ଉଦ୍‌ଘାଟନୀ ସଭାକୁ କାର୍ଯ୍ୟକ୍ରମର ନୋଡ଼ାଲ ଅଫିସର ତଥା ଅଧ୍ୟାପକ ବିକାଶ ରଂଜନ ଜେନା ସଂଯୋଜନା ଓ ପରିଚାଳନା କରିଥିଲେ ।

Leave A Reply

Your email address will not be published.

error: Content is protected !!