oom

ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ବଲାଙ୍ଗିର ଜିଲ୍ଲା କମିଟି ତରଫରୁ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ସ୍ଥାନୀୟ ମାରୱାଡି ସେବା ସଦନ ଠାରେ ଶତାଧିକ ଶ୍ରମିକଙ୍କୁ ନେଇ ବିଶ୍ୱ ଶ୍ରମିକ ଦିବସ ପାଳନ କରାଯାଇଛି । ଏହି ଅବସରରେ ଜିଲ୍ଲା ସଭାପତି ଶ୍ରୀ ସାହୁ ବିଶ୍ୱ ନିର୍ମାଣରେ ଶ୍ରମିକଙ୍କ ଭୂମିକା ବିଶ୍ୱକର୍ମାଙ୍କ ପରି ହୋଇଥିବା ବେଳେ ଆଜି ଦିବସରେ ଶ୍ରମିକଙ୍କୁ କାର୍ଯ୍ୟ ସମୟ ଆଠ ଘଣ୍ଟା ନିର୍ଣ୍ଣୟ ହୋଇ ଦାସତ୍ୱ ପ୍ରଥାର ସମ୍ପୂର୍ଣ୍ଣ ଲୋପ ପାଇଥିଲା କିନ୍ତୁ ବିଭିନ୍ନ କ୍ଷେତ୍ରରେ ଆଜି ଶ୍ରମିକ ଅବହେଳିତ ଶୋଷଣ ଓ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ସାମାଜିକ ସୁରକ୍ଷା ମଧ୍ୟ ସରକାରୀ ସ୍ତରରେ ମିଳୁନାହିଁ । ଶ୍ରମିକ କଲ୍ୟାଣ ଯୋଜନାର ସଠିକ୍‌ ପରିଚଳେନା ସନ୍ଦେହ ଘେରରେ ତେଣୁ ଆଜି ମଧ୍ୟ ଆନ୍ଦୋଳନର ଆବଶ୍ୟକତା ରହିଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲାରେ ରୋଜଗାର ପାଇଁ ସରକାର ପ୍ରତିଶୃତି ଦେଇ ବିଫଳ ହୋଇଛନ୍ତି ଏବଂ ପୂର୍ବ ସରକାରରେ ଦାଦନମୁକ୍ତ ବଲାଙ୍ଗିର ନାରା ଦେଇ ସରକାର ୧୩୪ କୋଟି ନେଇଥିଲେ, ତାର ବ୍ୟୟବରାଦର ଭିଜିଲାନ୍ସ ତଦନ୍ତ ହେବା ଦରକାର ବୋଲି କହିଥିଲେ । ବୈଠକରେ ୟୁନାଇଟେଡ୍‌ ଟ୍ରେଡ ୟୁନିୟନର ଅଧ୍ୟକ୍ଷ ବିଭୁଦତ୍ତ ମିଶ୍ର ଯୋଗଦାନ କରି ଶ୍ରମିକଙ୍କ ଏକତା ଓ ଅଖଣ୍ଡତା ଅତୁଟ ରହିଲେ ହିଁ ଆନ୍ଦୋଳନରେ ସଫଳତା ମିଳି ପାରିବ ଏବଂ ସରକାରୀ ସ୍ତରରେ ଶ୍ରମିକ କଲ୍ୟାଣ ଯୋଜନାର ସଫଳତା ଶ୍ରମିକ ପାଇ ପାରିବେ ବୋଲି ମତ ଦେଇଥିଲେ । ସଂଗଠନର ସଂପାଦକ ସତ୍ୟନାରାୟଣ ସାହୁ, ଜ୍ୟୋସ୍ନା ନନ୍ଦ, ମଞ୍ଜୁରାଣୀ ନାଗ, ଗୌଧୁର କୁମ୍ଭାର, ସୁଶାନ୍ତ ବାରିକ, ରିନୁ ହରପାଲ, ଗୋବିନ୍ଦ ସୁନା, ସୁମିତ ସୁନା, ସତ୍ୟବାଦ ବାରିକ, ସରୋଜ ବାଗ ପ୍ରମୁଖ ଯୋଗଦାନ କରିଥିବେବେଳେ ସାଧାରଣ ସଂପାଦକ ବିଦ୍ୟାଧର ସୁନା ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.